ଏଥର ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବା ପାଇଁ ଯିବେ ନାହିଁ ମହାପ୍ରଭୁ

ପୁରୀ (କେ ନ୍ୟୁଜ୍‌) : ସେ ଜଗତର ନାଥ । ସେ ବିଶ୍ୱ ନିୟନ୍ତା । କୁହାଯାଏ ତାଙ୍କ ଇଚ୍ଛା ବିରୁଦ୍ଧରେ ପତ୍ର ବି ହଲେ ନାହିଁ । ଆକୁ ତାଙ୍କର ଘୋଷଯାତ୍ରା ହେବ କି ନାହିଁ ସେହି ନିଷ୍ପତ୍ତି ନେବେ । ହେଲେ ଏଇ ଦୁନିଆଁର ମନୁଷ୍ୟଙ୍କ ପାଇଁ ମାନବ ଲୀଳା କରୁଥିବା ଶ୍ରୀଜୀଉ ଏବେ କରୋନା ଲକ୍‌ଡାଉନ୍‌ରେ ନିଜକୁ ଭକ୍ତଙ୍କ ଠାରୁ ଦୂରେଇ ରଖିଛନ୍ତି । କେବଳ ସେବାୟତଙ୍କ ବ୍ୟତୀତ ଆଉ କାହାକୁ ଦର୍ଶନ ଦେଉ ନାହାନ୍ତି । ଠିକ୍‌ ମଣିଷ ଭଳି ଅଲଗା ରହି ସମସ୍ତଙ୍କୁ ପରୋକ୍ଷରେ ବାର୍ତ୍ତା ଦେଉଛନ୍ତି ଯେ ପରିସ୍ଥିତି ଆଗରେ କି ଦେବତା କି ମନୁଷ୍ୟ ସମସ୍ତେ ଦାସ । ତେଣୁ ଏଥର ବାହାର ଚନ୍ଦନଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ନୁହେଁ ବେଢ଼ା ଭିତରେ ମନ୍ଦିର ପରିସରରେ ଆୟୋଜିତ ହେବ । ଭକ୍ତ ଅବଶ୍ୟ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚିତ ହେବେ । ତେବେ ନିୟମ ଯେ ସମସ୍ତଙ୍କ ପାଇଁ ସମାନ ଏକଥା ଦର୍ଶାଇ ଦେଇଛନ୍ତି ପ୍ରଭୁ ।

chandan jatra_image

ବାହାର ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର କୁଣ୍ଡ ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ କିଛି ହେବ ପ୍ରତୀକାତ୍ମକ ଭାବେ । ସବୁ କିଛି ହେବ ବିଧି ଅନୁସାରେ । ହେଲେ ଯେଭଳି ଭାବେ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଶ୍ରୀମନ୍ଦିରରୁ ଆସି ନରେନ୍ଦ୍ରରେ ଚାପ ଖେଳୁଥିଲେ ତାହା ହେବ ନାହିଁ । ପରମ୍ପରା, ରୀତିନୀତି ସବୁ କିଛି ୨୧ ଦିନ ଧରି ହେବ କିନ୍ତୁ କରୋନା ପାଇଁ ରହିଥିବା ନିୟମକୁ ମାନି ସେବାୟତମାନେ ସେବା କରିବେ । ବିଶେଷ କରି ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯିବ । କେବଳ ୧୦ ଜଣ ସେବାୟତଙ୍କୁ ନେଇ ଏହି ସେବା ନୀତି ଅନୁଷ୍ଠିତ ହେବ ।
ମହାପ୍ରଭୁଙ୍କୁ ଆଣିବାରେ ବିମାନବଡୁ ସେବାୟତମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚମହାଦେବ କମିଟିର ସହଯୋଗ ଓ ସହମତିରେ ଏସବୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.