ରାଜ୍ୟରେ କରୋନା ଆକ୍ଟିଭ କେସ୍‌ ତାଲିକାରେ ତୃତୀୟ ସ୍ଥାନରେ ପୁରୀ ଜିଲ୍ଲା, ଏଠାରେ ଧିରେ ଧିରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ଯା

ଭୁବନେଶ୍ବର: ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ ଥିବା ବେଳେ ସୁସ୍ଥ ସଂଖ୍ୟା ରହିଛି ୧ ଲକ୍ଷ ୧୮ ହଜାର ୬୪୨। ସୁସ୍ଥ ହାର ରହିଛି ୭୮. ୬୭। ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୧ ହଜାର ୪୮୬। ମୃତ୍ୟୁ ସଂଖ୍ୟା ରହିଛି ୬୨୬। ମୃତ୍ୟୁ ହାର ରହିଛି ୦.୪୧ ପ୍ରତିଶତ। ଆକ୍ଟିଭେ କେସ୍‌ ତାଲିକାରେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାରେ କେସ୍‌ ଲୋଡ ୬ ହଜାର ୨୨୮ ରହିଛି। କଟକରେ ୩ ହଜାର ୨୫୪, ପୁରୀରେ ୧ ହଜାର ୭୮୩, ବରଗଡ଼ରେ ୧୫୮୫, ଯାଜପୁରରେ ୧୪୫୨, ବାଲେଶ୍ୱରରେ ୧୦୮୯, ମୟୂରଭଂଜରେ ୧୦୬୩ ଓ କେନ୍ଦ୍ରାପଡ଼ାରେ ୧୦୦୧ ଆକ୍ଟିଭ୍‌ କେସ ରହିଛି। ଗଞ୍ଜାମ ଜିଲ୍ଲାରେ ଆକ୍ଟିଭ କେସ୍‌ ସଂଖ୍ୟା ହ୍ରାସ ପାଇ ୩୯୧ରେ ପହଞ୍ଚିଛି। ଆକ୍ଟିଭ୍‌ କେସ ଜିଲ୍ଲା ତାଲିକାରେ ୨୬ ତମ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା।

corona fatalitiesଆକ୍ଟିଭ କେସ୍‌ ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ପୁରୀ  ଜିଲ୍ଲାରେ ଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ବଢି ଚାଲିଛି। ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୬ ହଜାର ୨୮୭ ଥିବା ବେଳେ ଆକ୍ଟିଭ କେସ ରହିଛି ୧୭୮୩। ସୁସ୍ଥ ସଂଖ୍ୟା ରହିଛି ୪ ହଜାର ୪୭୬ ରହିଛି। ସୁସ୍ଥ ହାର ରହିଛି ୭୧%। ପୁରୀ ଜିଲ୍ଲାରେ ସେପ୍ଟେମ୍ବର ୮ ତାରିଖରେ ସର୍ବାଧିକ ୩୮୭ ପଜିଟିଭ ଚିହ୍ନଟ ହୋଇଥିଲେ।

୯ ତାରିଖରେ ୩୩୨, ୧୦ ତାରିଖରେ ୨୭୯, ୧୧ ତାରିଖରେ ୨୩୭, ୧୨ ତାରିଖରେ ୨୧୨ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପୁରୀରେ ସେପ୍ଟେମ୍ବର ୧ରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୩ ହଜାର ୩୩୬। ସେପ୍ଟେମ୍ବର ୧୨ ତାରିଖରେ ଏ ସଂଖ୍ୟା ରହିଛି ୬ ହଜାର ୨୭୮ ହୋଇଛି। ଏଥିରୁ କେବଳ ପୁରୀ ପୌରପାଳିକାରେ ୨ ହଜାରରୁ ଅଧିକ ସଂକ୍ରମିତ। ସେପ୍ଟେମ୍ବର ୧ରେ ଜିଲ୍ଲାରେ ଆକ୍ଟିଭ କେସ୍‌ ୮୨୮ ଥିଲା, ଏବେ ଏ ସଂଖ୍ୟା ୧୭୮୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.