ପୁରୀରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ବଢିଲା ଚିନ୍ତା, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେଲା ଉକ୍ତ ଅଞ୍ଚଳ

ପୁରୀ: ପୁରୀ ଜିଲ୍ଲାରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ପୁରୀ ମହାଦେବ ଲେନରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇ ସ୍ୱାସ୍ଥ୍ୟକର୍ମୀ ମୁତୟନ କରାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଇତ୍ୟାଦି ପୁରୀ ପୌରପାଳିକା ଅଧିନରେ ବିଭିନ୍ନ ଟିମ୍‌ ଦ୍ୱାରା ଯୋଗାଇ ଦିଆଯିବ ।

ଅପରପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ ।  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଟପି ୪୧୪ରେ ପହଞ୍ଚିଛି । ସେପଟେ ରାଜ୍ୟରେ ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୭ ଜଣ । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହାପରେ ସମସ୍ତ ୧୭ ଜଣଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୫ ଜଣ ଆରୋଗ୍ୟ ଲାଭ କଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.