ଭାରତରେ ହେବ ଋଷ ଟିକା ସ୍ପୁଟନିକ Vର ପରୀକ୍ଷଣ, ଉଭୟ ଦେଶ ମଧ୍ୟରେ ଚାଲିଛି କୂଟନୈତିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ: ଭାରତକୁ ଆସିବ ରୁଷ ଟିକା। ଏ ନେଇ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଋଷରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି। ଯଦି ଭାରତରେ ପରୀକ୍ଷଣ ହେବ ସେଥିଲାଗି ଜରୁରୀ ଅନୁମତି ନେବାକୁ ପଡିବ। ଭାକ୍ସିନ୍‌ ବିକାଶ କରିବାରେ ରୁଷର ଇତିହାସ ମଧ୍ୟ ଭଲ ବୋଲି କହିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ।

ଆବଶ୍ୟକ ଅନୁମତି ପରେ, ଏହାର ପରୀକ୍ଷଣ ହୋଇ ପାରିବ। ସେପଟେ ଦେଶରେ ତିନିଟି ଟିକାର ପରୀକ୍ଷଣ ଚାଲିଛି। ଅକ୍ସଫୋର୍ଡ ଟିକାର ଫେଜ୍‌ -IIB ଶେଷ କରିଛି ସେରମ୍‌। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ୧୪ଟି ସ୍ଥାନରେ ହେବ । ତୃତୀୟ ପର୍ଯ୍ୟାୟରେ ୧୫୦୦ ସ୍ୱେଛାସେବୀଙ୍କୁ ଦିଆଯିବ ଟିକା। କୋଭିଡ ସଂକ୍ରମଣ ବଢି ଚାଲିଥିବାରୁ ସବୁ ରାଷ୍ଟ୍ର କେବଳ ଟିକାକୁ ଚାହିଁ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.