କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ସାଲେପୁରର ଶ୍ରୀରାମ ନର୍ସିଂହୋମ୍, ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରାହିବାକୁ ନିର୍ଦ୍ଦେଶ

ସାଲେପୁର: ଚରମ ଦୁଃସ୍ଥିତିରେ କଟକ ଜିଲ୍ଲା । କରୋନା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ବିଭିନ୍ନ ପ୍ରତିଶେଧକ ମୂଳକ ପଦକ୍ଷପ ନେଉଥିବାବେଳେ କରୋନା ଅଟକିବାର ନାଆ ଧରୁନାହୁଁ। ସାଲେପୁର ସହରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ସାଲେପୁର ଶ୍ରୀରାମ ନର୍ସିଂହୋମ ରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ନର୍ସିଂହୋମର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରାହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ନର୍ସିଂହୋମକୁ ସିଲ କରିଛନ୍ତି ତହସିଲଦାର। ଆଖପାଖ ଦୋକାନ ବଜାରକୁ ସର୍ଟ ଡାଉନ ପାଇଁ ମଧ୍ଯ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.