ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକା । ଜାନୁୟାରୀ ୧୬ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଆଜି ଦ୍ୱିତୀୟ ଡୋଜ୍‌ ନେବେ । ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଆଜି ଦ୍ୱିତୀୟ ଡୋଜ୍‌ ଦିଆଯିବ । ସେପଟେ ଶନିବାର ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଶେଷ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମୟ ଧାର୍ଯ୍ୟ କରିଥିଲା । ହେଲେ ଟିକା ନନେଇ ରହିଯାଇଛନ୍ତି ୫୧ ହଜାର ୨୭୮ ଜଣ ସ୍ୱାସ୍ଥ୍ୟକର୍ମୀ।

vaccinationଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଟିକାକରଣ ତାରିଖକୁ ବୃଦ୍ଧି କରିଛନ୍ତି । ପ୍ରଥମ ଡୋଜ୍‌ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବୃୟାରୀ ୨୫ ତାରିଖ ସୁଦ୍ଧା ଟିକା ନେବାକୁ କୁହାଯାଇଛି । ଜାନୁୟାରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ । ଏପର୍ଯ୍ୟନ୍ତ ମୋଟ୍‌ ୧ଲକ୍ଷ ୨୪ ହଜାର ୪୯୭ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.