ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, ପଞ୍ଜୀକୃତ ହୋଇଛି ପାଖାପାଖି ୨୦ ହଜାର ନାମ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ ବୋଲି କହିଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ରରେ ଦିଆଯିବ କରୋନା ଟୀକା । ହସ୍ପିଟାଲରେ ଦୈନଦିନ କାର୍ଯ୍ୟ ଜାରି ରହିବ ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ହଜାରରୁ ୨୦ ହଜାର ନାମ ପଞ୍ଜୀକୃତ ହୋଇଛି । ସେଥି ମଧ୍ୟରୁ ପୋଲିସ ବିଭାଗର ସର୍ବାଧିକ ୧୧ ହଜାର ପଞ୍ଜୀକରଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୋଲିସ ପାଇଁ ୭ ଟି ସେସନ୍ ରେ କରାଯିବ ଟୀକାକରଣ । ବିଏମସି ଏବଂ ରାଜସ୍ବ ବିଭାଗର ୪ ଟି ସେସନ୍ ରେ କରାଯିବ ଟୀକାକରଣ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛୁ । ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରତିଶତ ଲୋକ କରୋନା ଟୀକା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.