କରୋନା ନେଲା ଜର୍ଣ୍ଣାଲିଷ୍ଟ କପଲଙ୍କ ଜୀବନ: ପତ୍ନୀଙ୍କ ମୃତ୍ୟୁର ଗୋଟିଏ ଦିନ ନ ପୂରୁଣୁ ସ୍ୱାମୀଙ୍କ ପରଲୋକ

କରୋନାରେ ଗୋଟିଏ ପରେ ଗୋଟିଏ ସାମ୍ବାଦିକଙ୍କ ଜୀବନ ଯାଉଛି । ଆଜି ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁହାଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ଥିଲେ ‘ଆସାମ ଟ୍ରିବ୍ୟୁନ୍‌’ର ଦିଲ୍ଲୀ ବ୍ୟୁରୋ ଚିଫ୍‌ କଲ୍ୟାଣ ବରୁହା । ଶୁକ୍ରବାର ତାଙ୍କ ପତ୍ନୀ ନିଲାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ଏକ ଘରୋଇ ହସପିଟାଲରେ କରୋନାରେ ନିଲାକ୍ଷୀଙ୍କ ମୃତ୍ୟୁ ହୋଇଥିଲା । ନିଲାକ୍ଷୀ ଦୁଃସାହସିକ କ୍ରୀଡା କ୍ଷେତ୍ରରେ ତାଙ୍କର ନାଁ ରହିଥିଲା । ପତ୍ନୀଙ୍କ ମୃତ୍ୟୁର ଗୋଟିଏ ଦିନ ନ ପୂରୁଣୁ ସ୍ୱାମୀ କଲ୍ୟାଣ ବରୁହାଙ୍କ ମୃତ୍ୟୁ ହୋଇଛି । କଲ୍ୟାଣ ବରୁହା କରୋନାରେ ଆ୍ରକାନ୍ତ ହୋଇଥିଲେ । କଲ୍ୟାଣ ଓ ନିଲାକ୍ଷୀଙ୍କ ଗୋଟିଏ ଝିଅ । ଆଗ ପଛ ହୋଇ ଚାଲିଗଲେ ସ୍ୱାମୀ ଓ ସ୍ତ୍ରୀ ।

ସେହିଭଳି ବରିଷ୍ଠ ସାମ୍ବାଦିକ ଅନିର୍ବାଣ ବୋରାଙ୍କ ଆଜି କରୋନାରେ ମୃତ୍ୟୁ ହୋଇଛି । ଅର୍ନିବାଣ ବୋରା ଇକୋନୋମିକ୍‌ ଟାଇମସ୍‌ ପାଇଁ ସାମ୍ବାଦିକତା କରୁଥିଲେ । ନର୍ଥ ଇଷ୍ଟର ଜଣାଶୁଣା ଚେହେରା ଥିଲେ ଅନିର୍ବାଣ ବୋରା । ତାଙ୍କର କାର୍ଟୁନ୍‌ ପାଇଁ ମଧ୍ୟ ସେ ବେଶ ଚର୍ଚ୍ଚାରେ ଥିଲେ । ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.