ପିଜା ଡେଲିଭରି ବୟ ପରେ ଏବେ McDonald’sର 7 କର୍ମଚାରୀଙ୍କୁ କରୋନା ପଜିଟିଭ ! ଅସ୍ଥାୟୀ ରୂପେ ବନ୍ଦ ହେଲା ଅପରେସନ

ନିକଟରେ ଜଣେ ପିଜା ଡେଲିଭରି ବୟକୁ କରୋନା ହେବା ପରେ ଏବେ ସାଧାରଣ ଲୋକ ଖାଦ୍ୟ ସାମଗ୍ରୀ ବାହାରୁ ଅର୍ଡର କରିବାକୁ ଡରୁଛନ୍ତି। ତେବେ ଏହାରି ଭିତରେ ଖବର ଆସୁଛି କି, ବର୍ଗର ବିକ୍ରି କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ McDonald’sର 7ଜଣ କର୍ମଚାରୀଙ୍କଠାରେ କରୋନା ଭାଇରସ ପଜିଟିଭ ମିଳିଛି। ଘଟଣାଟି ସିଙ୍ଗାପୁରର। ଏଠାରେ କର୍ମଚାରୀଙ୍କୁ କରୋନା ହେବା ପରେ କମ୍ପାନୀ ନିଜ ଅପରେସନକୁ ଅସ୍ଥାୟୀ ରୂପେ ରୋକି ଦେଇଛି।

1

ସୂଚନା ଅନୁସାରେ, McDonald’s ଦ୍ୱାରା ଅପରେସନ ବନ୍ଦ କରିବାର ନିଷ୍ପତ୍ତି Drive-through(ବିନା ବାହନରେ ଅର୍ଡର ଦେବାର ସୁବିଧା) ଏବଂ ଡେଲିଭରି ପରିଚାଳନା ଉପରେ ମଧ୍ୟ ଲାଗୁ ହେବ। ତେବେ କମ୍ପାନୀ ନିଜ takeaway (ରେଷ୍ଟୁରାଣ୍ଟରୁ ଖାଦ୍ୟ ପ୍ୟାକ କରି ନେବା) ସେବାକୁ ଶନିବାରଠାରୁ ହିଁ ବନ୍ଦ କରି ଦେଇଛି। କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶରେ ସେ ନିଜ ରେଷ୍ଟୁରାଣ୍ଟ, ଡେଲିଭରି ଏବଂ Drive-through ପରିଚାଳନାକୁ 4 ମେ’ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି।

3

କମ୍ପାନୀର ସିଙ୍ଗାପୁର ପ୍ରବନ୍ଧ ନିର୍ଦ୍ଦେଶକ କେନେଥ ଚାନ କହିଛନ୍ତି, ‘ଏହା ଆମ ସମସ୍ତଙ୍କ ପାଇଁ କଠିନ ସମୟ। ନିଜ ଗ୍ରାହକ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମକୁ ଯେତେ ସମ୍ଭବ ଐତିହାସିକ ପଦକ୍ଷେପ ଗ୍ରହଣ କରିବାର ଥିଲା, ଆମେ ସେତିକି କରିଛୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ଆମେ ଆମ ପ୍ରୟାସ ଜାରି ରଖିବୁ’। କମ୍ପାନୀ ଆହୁରି କହିଥିଲା କି, ‘ସିଙ୍ଗାପୁରରେ 135 ରେଷ୍ଟୁରାଣ୍ଟର ପାଖାପାଖି 10,000 କର୍ମଚାରୀଙ୍କୁ ଦରମା ଦେବା ପ୍ରକ୍ରିୟା ଜାରି ରଖିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.