କରୋନା ଭାଇରସ

କରୋନା ପରେ ଚୀନ୍‌ରେ ଦେଖା ଦେଲାଣି ଆଉ ଏକ ନୂଆ ଭାଇରସ୍‌ ଏସଏଫ୍‌ଟିଏସ୍‌‌, ମଲେଣି ୭ ଲୋକ, ୬୦ ଆକ୍ରାନ୍ତ

 ବେଜିଂ : ଚୀନ୍‌ର ବୁହାନ୍‌ ସହରରୁ ସୃଷ୍ଟ କରୋନା ଭାଇରସ୍‌ ବିଶ୍ୱର ୨୦୦ ଦେଶକୁ କବଳିତ କରିଛି । ଏଥିରେ ଆମେରିକା, ବ୍ରିଟେନ୍‌ ଓ ଋଷ ଭଳି ଦେଶ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଭାରତ ଓ ବ୍ରାଜିଲ୍‌ରେ ଏବେ ପ୍ରତିଦିନ କରୋନା ମାମଲା ରେକର୍ଡ ସଂଖ୍ୟକ ଆସୁଛି । ଚୀନ୍‌ରେ କରୋନା ଭାଇରସ୍‌ ସମାପ୍ତ ହୋଇ ନଥିବା ବେଳେ ଏବେ ପୁଣି ‘ଏସଏଫ୍‌ଟିଏସ୍‌‌’ ନାମରେ ଆଉ ଏକ ଭାଇରସ ମିଳିଥିବା ଖବର ଜଣାପଡ଼ିଛି ।

ଏହି ଭାଇରସ୍‌ରେ ଏପର୍ଯ୍ୟନ୍ତ ୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ୬୦ ଜଣ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କରୋନା ଆତଙ୍କ ଟଳି ନଥିବା ବେଳେ ଏହି ନୂଆ ଭାଇରସ୍‌ ଏବେ ଚୀନ୍‌ବାସୀଙ୍କ ନୀଦ ହଜେଇ ଦେଇଛି । ଚୀନ୍‌ ସରକାରି ମିଡିଆ ବୁଧବାର ଏସମ୍ପର୍କରେ ଆଶଙ୍କା ପ୍ରକାଶ କରିଛି ।

ସୂଚନାନୁଯାୟୀ, ଜିୟାଂଗୁସ୍‌ ଅଞ୍ଚଳରେ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଭାଇରସ୍‌ରେ ୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ଅହ୍ନଇ ଅଞ୍ଚଳରେ ୨୩ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି । ଚୀନ୍‌ର ସ୍ୱାସ୍ଥ୍ୟ ଏଜେନ୍ସି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଜିୟାଂଗୁସ୍‌ ଅଞ୍ଚଳରେ ଜଣେ ମହିଳା ଏସଏଫ୍‌ଟିଏସ୍‌ ଭାଇରସ୍‌ରେ ସଂକ୍ରମିତ ହୋଇ ଗୋଟିଏ ମାସ ଚିକିତ୍ସା ପରେ ଏବେ ହସ୍‌ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି ।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏସ୍‌ଟିଏଫ୍‌ ଭାଇରସ୍‌ କିଛି ନୂଆ ଭାଇରସ୍‌ ନୁହେଁ । ୨୦୧୧ ମସିହାରେ ଏହା ଚୀନ୍‌ରେ ଜଣା ପଡିଥିଲା । ଏହି ଭୁତାଣୁ ପଶୁଙ୍କ ଦେହରେ ଲାଗିଥିବା ଏକ ପ୍ରକାରର କୀଟ ମାଧ୍ୟମରୁ ମଣିଷ ଦେହକୁ ସଂକ୍ରମିତ ହୋଇଥାଏ ।

ପରେ ଏହା ମଣିଷ ଦେହରୁ ଅନ୍ୟ ମଣିଷକୁ ଦେହକୁ ଡେଇଁ ଚାଲିଥାଏ ବୋଲି ଭୁତାଣୁ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ଉତ୍ତର ଚୀନ୍‌ରେ ବ୍ୟୁବନିକ ପ୍ଲେଗ୍‌ର ସଂକମଣ ନେଇ ଚୀନ୍‌ ସରକାର ଚେତାବନୀ ଦେଇଥିଲେ । ଏଥିରେ ମଙ୍ଗୋଲିଆର ଜଣେ ୧୫ ବର୍ଷ ବୟସ୍କ ଯୁବକଙ୍କ ପ୍ରାଣହାନୀ ଘଟିଥିଲା । ତେବେ ସଂକ୍ରମଣକୁ ଚୀନ୍‌ ଚପାଇ ଦେବାରେ ସଫଳ ହୋଇଥିଲା ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago