କରୋନା ନୂଆ ଭାରିଏଣ୍ଟ ବିଏଫ୍‌ ୭ : ଭାରତରେ ହେବନି ଚୀନ ଭଳି ସମସ୍ୟା, ହେଲେ ମାସ୍କ, ଯାଞ୍ଚ ପ୍ରୋଟୋକଲ ଜରୁରୀ,ଏମିତି କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଚୀନ ସମେତ ବ୍ରାଜିଲ, କୋରିଆ, ଜାପାନ ଓ ଆମେରିକାରେ ଓମିକ୍ରନର ନୂଆ ଭାରିଏଣ୍ଟ ବିଏଫ୍‌ ୭ ର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଭାବେ ବଢ଼ିଚାଲିଛି । ଏହାକୁ ଦେଖି ଭାରତରେ ପରିସ୍ଥିତି କ’ଣ ହେବ ସେ ସମ୍ପର୍କରେ ଗବେଷକମାନେ ମତ ଦେଇଛନ୍ତି ।

ତେବେ ଏହି ଭାରିଏଣ୍ଟ ଅନ୍ୟ ଦେଶରେ ଯେପରି ଆତଙ୍କ ସୃଷ୍ଟି କରିଛି, ଭାରତରେ ସେମିତି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଗବେଷକମାନେ ମତ ଦେଇଛନ୍ତି । ହେଲେ କରୋନା ପ୍ରୋଟୋକଲ ମାନି ଚଳିବାକୁ ହେବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଚୀନ ଓ ଅନ୍ୟ ଦେଶରେ ବଢ଼ୁଥିବା କରୋନା ଅବସ୍ଥା ଦେଖି ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ଭାରତରେ କିଛି ମାସ ତଳେ ଦେଖାଯାଇଥିବା ବିଏଫ ୭ ଭାରିଏଣ୍ଟ ରୋଗୀଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହି ରୋଗୀମାନେ ଚିକିତ୍ସା ପରେ ଭଲ ହୋଇଥିବା ନେଇ ମତ ପ୍ରକାଶ ପାଇଥିଲା । ଏହାର ବଡ଼ କାରଣ ସଂଖ୍ୟାଧିକ ଲୋକଙ୍କ ଟିକା ଯୋଗୁ ଇମ୍ୟୁନିଟି ବଢ଼ିଥିବା ନେଇ ଗବେଷକମାନେ କହିଥିଲେ ।

ଅନ୍ୟ ଦେଶରେ କରୋନା ଲହର ଯେଭଳି ଅତି ଶୀଘ୍ର ବଢ଼ିଥିଲା ଭାରତରେ ଏହା ଧିରେ ଧିରେ ବଢ଼ିଥିବାର ଦେଖାଯାଇଥିଲା । ତେବେ ଚୀନ ଭଳି ସ୍ଥିତି ଭାରତରେ ହେବ ନାହିଁ ବୋଲି ଗବେଷକମାନେ କହିଛନ୍ତି । ହେଲେ ସାମାଜିକ ଦୂରତା, ମାସ୍କ ଓ ବିନା ଆବଶ୍ୟକତାରେ ଟେଷ୍ଟ ପାଇଁ ମେଡିକାଲ ଯିବା ଆବଶ୍ୟକ ନୁହେଁ ବୋଲି ଗବେଷକମାନେ କହିଛନ୍ତି ।

Leave A Reply

Your email address will not be published.