6 କର୍ମଚାରୀଙ୍କଠାରେ COVID-19 ପଜିଟିଭ ବାହାରିବା ପରେ ସ୍ମାର୍ଟଫୋନ କମ୍ପାନୀ Oppoର କାରଖାନା ବନ୍ଦ !

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Oppoର 6 କର୍ମଚାରୀଙ୍କଠାରେ କରୋନା ପଜିଟିଭ ମିଳିଛି। ଏହାପରେ ଦିଲ୍ଲୀ ନିକଟସ୍ଥ କାରଖାନାକୁ କମ୍ପାନୀ ବନ୍ଦ କରିଦେଇଛି। 3,000ରୁ ଅଧିକ କର୍ମଚାରୀଙ୍କର ନମୁନା ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ Oppo କାରଖାନାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ଦେଇଛି।

କମ୍ପାନୀର କହିବା ଅନୁଯାୟୀ, ସାଧାରଣ ନାଗରିକ ଏବଂ କର୍ମଚାରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି Oppo ଏହି ପଦକ୍ଷେପ ଗ୍ରହଣ କରିଛି। Oppo India ଏକ ବୟାନରେ କହିଛି, ‘ଗ୍ରେଟର ନୋଏଡାରେ ଥିବା ଆମ କାରଖାନାର ସମସ୍ତ ପରିଚାଳନାକୁ ବନ୍ଦ କରିଦିଆଯାଇଛି। କର୍ମଚାରୀଙ୍କ କରୋନା ଯାଞ୍ଚ ଆରମ୍ଭ ହୋଇଯାଇଛି। କେବଳ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି’।

3

କମ୍ପାନୀ ଏହା ମଧ୍ୟ କହିଛି ଯେ ‘ଯେଉଁ କର୍ମଚାରୀମାନଙ୍କର ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦିଆଯିବ’। ତେବେ ଗୃହ ମନ୍ତ୍ରାଳୟର ଗାଇଡଲାଇନ ପରେ ଚଳିତ ମାସ ଆରମ୍ଭରେ Oppo ସମେତ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ନିଜ ନିଜ ପରିଚାଳନାକୁ ପୁଣିଥରେ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.