ରାଜ୍ୟରେ ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କେଉଁ ସବୁ ଜରୁରୀ ସେବା ଉପରୁ ଉଠିବ କଟକଣା

ଭୁବନେଶ୍ବର: ରାଜ୍ୟରେ ଏପ୍ରିଲ ୧୫ରୁ ଆରମ୍ଭ ହେବ ୨ୟ ପର୍ଯ୍ୟାୟ ତାଲାବନ୍ଦ । ଏପ୍ରିଲ ୩୦ ମଧ୍ୟରାତ୍ରି ଯାଏ ବଳବତ୍ତର ରହିବ । SRC ପ୍ରଦୀପ କୁମାର ଜେନା ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏପ୍ରିଲ ୧୫ରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ । ନୂଆ ଖରିଫ ଫସଲ ପାଇଁ ଚାଷୀ କାର୍ଯ୍ୟ ଆରମ୍ଭ କରିବେ । ତେଣୁ କିଛି ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଅଣାଯାଇଛି । କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର କାମକୁ ଅନୁମତି ଦିଆଯିବ । ଧାନ ବୁଣାବୁଣି, ଅମଳ, ଷ୍ଟୋରେଜ୍‌ ପାଇଁ ଅନୁମତି ଦିଆଯିବ । ସାର, କୀଟନାଶକ, କୃଷି ଯନ୍ତ୍ରପାତି ଦୋକାନ ଖୋଲା ରହିବ । ଚାଷ କାମ ପାଇଁ ଟ୍ରାକ୍ଟରକୁ ମଧ୍ୟ ଅନୁମତି ମିଳିବ । ଡାଲି ଜାତୀୟ ସାମଗ୍ରୀ ସଂଗ୍ରହ କରାଯାଇପାରିବ । ଏହି ସମୟରେ ସମବାୟ ବ୍ୟାଙ୍କ ଗୁଡିକ ଖୋଲା ରହିବ । ଚାଷୀ ଋଣ ପାଇଁ ବ୍ୟାଙ୍କ ଯାଇପାରିବେ ।

ସେହିଭଳି ମତ୍ସ୍ୟଚାଷ ଚାଲୁ ରହିବ । ସମସ୍ତ ମାଛଧରା ବନ୍ଦର, ଜାଲ କାରଖାନା ଖୋଲା ରହିବ । ବରଫ ଫ୍ୟାକଟ୍ରୀ ମଧ୍ୟ ଖୋଲା ରହିବ । ଏହାସହ ଜଡିତ ସମସ୍ତ ଗାଡି ମୋଟର ଯାତାୟତ କରିପାରିବେ । ସାମୁଦ୍ରକି ମାଛ ଚାଷ, ଅକ୍ୱାରିୟମ ଚାଷ ଖୋଲା ରହିବ । ପିଇବା ପାଣି ପ୍ରକଳ୍ପ ଗୁଡିକ ଚାଲୁ ରହିବ । ନୂତନ ଓ ପୂରାତନ ପ୍ରକଳ୍ପର ମରାମତି କାମ ଚାଲୁ ରହିବ । ନଳକୂଅ ଖୋଳା କାର୍ଯ୍ୟ ଚାଲିବ । ଗାଁ ପୋଖରୀ କାର୍ଯ୍ୟ ଚାଲିବ । ପଞ୍ଚାୟତରାଜ ବିଭାଗ ଅଧିନରେ ମନରେଗା କାର୍ଯ୍ୟ ଚାଲିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଓ ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ପାଇଖାନା କାର୍ଯ୍ୟ ଚାଲିବ । ଜଙ୍ଗଲ ଓ ପରିବେଶ ଅଧିନରେ ବନୀକରଣ କରାଯିବ । ଜଙ୍ଗଲ ଭିତର ସଫେଇ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ କାମ କରାଯିବ ।

srcଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପୂର୍ବଭଳି ସେମାନଙ୍କ କାର୍ଯ୍ୟ ଚାଲୁ ରଖିବେ । ମାସ୍କ ତିଆରି, ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ, ପରିବା ଓ ଗ୍ରୋସରୀ ସପ୍ଲାଇ କରିପାରିବେ । ଇ-କମର୍ସ ଓ ଅନଲାଇନ୍‌ ପ୍ଲାଟଫର୍ମ ଜରିଆରେ ସାମଗ୍ରୀର ହୋମ ଡେଲିଭରୀ କରିପାରିବେ । ରେଷ୍ଟୁରାଣ୍ଟରେ ଖାଦ୍ୟ ପ୍ରସ୍ତୁତ କରିପାରିବେ କିନ୍ତୁ କେବଳ ଅର୍ଡର ରଖାଯାଇପାରିବ । ସବୁ କାର୍ଯ୍ୟରେ କିନ୍ତୁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସଫଳ ହୋଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.