ଗବେଷକଙ୍କ ନୂଆ ତଥ୍ୟ : ଡେଙ୍ଗୁ ଆଣ୍ଟିବଡି କରୋନା ବିରୋଧରେ ଲଢ଼ିବାର ଶକ୍ତି ଯୋଗାଇଥାଏ

ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଡେଙ୍ଗୁ ହୋଇ ଭଲ ହୋଇଥିବା ଲୋକଙ୍କ ଠାରେ ସୃଷ୍ଟି ହୋଇଥିବା ଇମ୍ୟୁନିଟି(ପ୍ରତିରୋଧକ କ୍ଷମତା) କରୋନାକୁ ପ୍ରତିରୋଧ କରିଥାଏ । ବ୍ରାଜିଲ୍‌ରେ ଭୟଙ୍କର ମହାମାରୀ ରୂପେ ଦେଖା ଦେଇଥିବା କରୋନା ଭାଇରସର ଗବେଷଣା ବେଳେ ଏହି ତଥ୍ୟ ଜଣାପଡ଼ିଛି ।

ଡ୍ୟୁକ୍‌ ୟୁନିଭରସିଟିର ପ୍ରଫେସର ମିଗୁଏଲ୍‌ ନିକୋଲେଲିସ୍‌ଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣା ପ୍ରକାଶ ପାଇନାହିଁ । ଖୁବ୍‌ ଶୀଘ୍ର ଏହା ସାଇନ୍ସ ପତ୍ରିକାରେ ପ୍ରକାଶ ପାଇବ ବୋଲି ପ୍ରଫେସର୍‌ ନିକୋଲେଲିସ ପ୍ରକାଶ କରିଛନ୍ତି । ତେବେ କରୋନା ଭାଇରସ ଓ ଡେଙ୍ଗୁ ସଂକ୍ରମଣ ନେଇ ଏକ ଭୈାଗଳିକ ସ୍ଥିତି ଆଧାରରେ ଗବେଷକମାନେ ଗବେଷଣା କରିଥିଲେ । ସେଥିରେ ଦେଖାଯାଇଥିଲା ଯେ ୨୦୧୯ ଏବଂ ୨୦୨୦ରେ ଯେଉଁ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ହୋଇଥିଲା ସେଠାରେ କରୋନା ଭାଇରସ୍‌ ସଂକ୍ରମଣ କମ୍‌ ଦେଖାଯାଇଥିଲା ।

dengue

ଅର୍ଥାତ ଭୟଙ୍କର ଭାବେ ଡେଙ୍ଗୁ ସଂକ୍ରମଣ ହୋଇଥିବା ସ୍ଥାନରେ କରୋନା ଭାଇରସ ସଂକ୍ରମଣ କମ୍‌ ହେବା ସହ ସେଠାରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍‌ ଦେଖିବାକୁ ମିଳିଥିଲା ବୋଲି ନିକୋଲେଲିସ୍‌ ଦେଖିବାକୁ ପାଇଥିଲେ ।
ଏହାଦ୍ୱାରା ଗବେଷକମାନେ କରୋନା ଭାଇରସ୍‌ ‘SARS-CoV-2 ’ ସହ ଡେଙ୍ଗୁ ‘ଫ୍ଲାଭିଭାଇରସ’ର କିଛି ପ୍ରତିରୋଧାତ୍ମକ ପ୍ରତିକ୍ରିୟା ରହୁଛି ବୋଲି ଗବେଷକମାନେ ଆଶଙ୍କା କରିଥିଲେ ।

covid-0

ତେଣୁ ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇ ଡେଙ୍ଗୁ ଭ୍ୟାକ୍‌ସିନ୍‌ ଦ୍ୱାରା ରୋଗମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଯେଉଁ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ତାହା ମଧ୍ୟ କରୋନା ଭାଇରସକୁ ପ୍ରତିରୋଧ କରିଥାଏ । ଅର୍ଥାତ ଡେଙ୍ଗୁ ରୋଗୀଙ୍କ ଠାରେ ସୃଷ୍ଟି ହୋଇଥିବା ଆଣ୍ଟିବଡି କରୋନା ଭାଇରସକୁ ପ୍ରତିହତ କରିଥାଏ ।
ବ୍ରାଜିଲର ଯେଉଁ ଅଞ୍ଚଳରେ ଡେଙ୍ଗୁ ଆଣ୍ଟିବଡି ଅଧିକ ଥିବା ଦେଖାଯାଇଥିଲା ସେଠାରେ କରୋନା ଭାଇରସ୍‌ ସଂକ୍ରମଣ କମ୍‌ ଥିବା  ଦେଖିବାକୁ ମିଳିଥିଲା ।

ସେହିପରି ଲାଟିନ ଆମେରିକାରେ ଡେଙ୍ଗୁ ସଂକ୍ରମଣ ଅଧିକମାତ୍ରାରେ ଦେଖାଯାଇଥିବା ବେଳେ ସେଠାରେ ମଧ୍ୟ କରୋନାର ସ୍ଥିତି କମ୍‌ ଥିବା ଦେଖିବାକୁ ମିଳିଥିଲା ।  ଏହି ତଥ୍ୟ ପାଇବା ପରେ ଗବେଷକମାନେ ଡେଙ୍ଗୁ ଓ କରୋନା ସମ୍ପର୍କରେ ଥିବା ସାମଞ୍ଜସ୍ୟ ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.