ନବରଙ୍ଗପୁର ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ଅଭିନବ ପ୍ରୟାସ, ସାରା ରାଜ୍ୟ ଲକଡାଉନ୍ ଥିବାରୁ ୟୁଟ୍ୟୁବ ମାଧ୍ୟମରେ ପଢାଉଛନ୍ତି ପାଠ

ନବରଙ୍ଗପୁର : ଶିକ୍ଷକଙ୍କ ଅଭିନବ ପ୍ରୟାସ । ୟୁଟ୍ୟୁବ ମାଧ୍ୟମରେ ପଢାଉଛନ୍ତି ପାଠ । ନବରଙ୍ଗପୁର ଜିଲ୍ଲା ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଏମ.ଡି. ଜାକିରୁଦ୍ଦିନ । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ସହ ପରୀକ୍ଷା ଗୁଡିକ ମଧ୍ୟ ସ୍ଥଗିତ କରାଯାଇଛି । ଫଳରେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି ।

sirତେବେ ପିଲାଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି । ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯିବା ସହ ପିଲାମାନେ ଭଡିଓ ମାଧ୍ୟମରେ ଉପକୃତ ହେବେ ବୋଲି ଅଭିଭାବକ କହିଛନ୍ତି । ଜାକିରଙ୍କ ଏହି ଭିଡିଓ ପରେ ଜିଲ୍ଲା ବ୍ୟାପି ତାଙ୍କୁ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.