କରୋନା ବିରୋଧୀ ଯୁଦ୍ଧରେ ଆଗେଇ ଆସିଲେ ଫାଷ୍ଟ ଲେଡି ସବିତା କୋବିନ୍ଦ, ରାଷ୍ଟ୍ରପତି ଭବନରେ କରୁଛନ୍ତି ମାସ୍କ ତିଆରି

ନୂଆଦିଲ୍ଲୀ: ଚାଲିଛି କରୋନା ବିରୋଧୀ ଯୁଦ୍ଧ । ଏକାଠି ହୋଇଛି ସାରା ଦେଶ । ଦେଶରେ ମାସ୍କ ଅଭାବ ଦେଖାଦେଇଥିବାରୁ ଏବେ ଏହା ଉପରେ ଦିଆଯାଉଛି ଗୁରୁତ୍ୱ । ଏଭିଳି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ଦେଶର ଫାଷ୍ଟ ଲେଡି । ମାସ୍କ ତିଆରି କରୁଛନ୍ତି ଫାଷ୍ଟ ଲେଡି ସବିତା କୋବିନ୍ଦ । ରାଷ୍ଟ୍ରପତି ଭବନରେ ସିଲେଇ ମେସିନ ସାହାଯ୍ୟରେ ମାସ୍କ ତିଆରି କରିଛନ୍ତି । ଏହି ମାସ୍କକୁ ଦିଲ୍ଲୀର ବିଭିନ୍ନ ଆଶ୍ରୟସ୍ଥଳୀରେ ବଣ୍ଟାଯିବ । ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବି ନିଜେ ମାସ୍କ ତିଆରି କରି ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.