ରାସ୍ତାରେ ଶୋଉଥିବା ଲୋକଙ୍କୁ ପଞ୍ଚତାରକା ହୋଟେଲରେ ରଖିବେ ସରକାର, ଏହି ଦେଶ ନେଲା ନିଷ୍ପତ୍ତି

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ବଡ ସଙ୍କଟ ପାଲଟିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଅଷ୍ଟ୍ରେଲିଆର ପର୍ଥ ସହର ଏକ ନିଆରା ଉଦ୍ୟମ ଆପଣାଇଛି। ସେଠାରେ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ରାସ୍ତାରେ ଶୋଉଥିବା ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ୫-ଷ୍ଟାର ହୋଟେଲରେ ରଖାଯିବ।

hotel

ଏହି ପ୍ରୋଜେକ୍ଟର ନାମ ‘ ହୋଟେଲ ଓ୍ଵିଥ୍‌ ହାର୍ଟ’ ରଖାଯାଇଛି। ପଶ୍ଚିମ ଅଷ୍ଟ୍ରେଲିଆ ସରକାର ଏହି ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏମାନଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ହୋଟେଲରେ ରଖାଯିବ। ତେବେ ପ୍ରଥମରୁ ୨୦ ବାସହରା ଲୋକଙ୍କୁ ପ୍ୟାନ ପେସିଫିକ୍‌ ହୋଟେଲରେ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଏହାପରେ ଘରୋଇ ହିଂସାରେ ଶିକାର ହୋଇଥିବା ମହିଳା ଓ ମାନସିକବିକାର ଗ୍ରସ୍ତ ଲୋକଙ୍କୁ ସାମିଲ କରାଯିବ। ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ ତେବେ ହୋଟେଲର ୧୨୦ ରୁମ୍‌କୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସୂଚନାମୁତାବକ ରାସ୍ତାରେ ରହୁଥିବା ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିପାରୁ ନ ଥିବା ବେଳେ ଏମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ବହୁ ସମ୍ଭାବନା ରହିଛି। ତେଣୁ ଅଷ୍ଟ୍ରେଲିଆ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.