ତିନି ଜିଲ୍ଲାକୁ ମାଡି ଯାଇଛି ପଶ୍ଚିମବଙ୍ଗ ଲିଙ୍କ୍, ଯାହା ସାରା ରାଜ୍ୟରେ ପାଲଟିଛି ଚିନ୍ତାର କାରଣ

ଭୁବନେଶ୍ବର: କରୋନା ପ୍ରତିରୋଧ ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ପରିସ୍ଥିତି। ବହୁ ମାତ୍ରାରେ ଲୋକେ ଏହାକୁ ମାନୁଥିବାବେଳେ କିଛି ଅମାନିଆଙ୍କ ପାଇଁ ଆଜି ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୭୯ରେ ପହଁଚିଛି। ତେବେ ଯେତେ ଜଗିଲେ ବି କୌଣସି ନା କୌଣସି ଗଳାବାଟ ଦେଇ ଆମ ରାଜ୍ୟରେ ପ୍ରବେଶ କରୁଛି କରୋନା। ଏଥିପାଇଁ ଏନ୍ ଏଚ୍-୧୬ ପାଲଟିଛି ମାଧ୍ଯମ । ସୀମାରେ କଡାକଡି ଚେକିଂ ହେଉଛି ତଥାପି ଗଳାବାଟ ଖୋଜି ନେଉଛନ୍ତି ଲୋକେ । ଯାହାର ପରିଣାମ ସେମାନେ ହିଁ ଭୋଗୁଛନ୍ତି ସତ କିନ୍ତୁ କିଛି ନିରିହ ବି ଏହାର ଶିକାର ହେଉଛନ୍ତି ।

corona positiveଭଦ୍ରକ,ଯାଜପୁର ଓ ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ପଜିଟିଭିଙ୍କ ଯାତ୍ରା ବୀବରଣୀରୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ପଶ୍ଚିମବଙ୍ଗ ଲିଙ୍କ୍ କଥା । ଯେତିକି ପଜିଟିଭି ସଂଖ୍ୟା ଏହି ତିନି ଜିଲ୍ଲାରେ ବାହାରୁଛନ୍ତି ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରିରେ ପଶ୍ଚିମବଙ୍ଗ ଲିଙ୍କ ରହିଛି। ଫଳରେ ଏହା ରାଜ୍ୟରେ ଚିନ୍ତାର କାରଣ ପାଲଟିଛି । ଏତେ ସବୁ ପରେ ବି ସଚେତନ ହେଉନାହାନ୍ତି ଲୋକେ ।

ରାଜ୍ୟରେ ଏବେ ସୁଦ୍ଧା କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ସୁସ୍ଥ ହୋଇସାରିଛନ୍ତି ।  ରାଜ୍ୟରେ ଆକ୍ଟିଭ କେସ୍‌ ୫୩ ରହିଛି ।  କିନ୍ତୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ତିନି ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୩ରେ ପହଞ୍ଚିଛି । ବାଲେଶ୍ୱରେ ୮, ଭଦ୍ରକରେ ୮ ଓ ଯାଜପୁରରେ ୭ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ । ଗତ ଦୁଇ ଦିନରେ ଆଉ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୨ ଓ ଆଜି ଆଉ ୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

coronavirus 1ଭଦ୍ରକରେ ପୂର୍ବରୁ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ହେଲେ ଗତକାଲି ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ସେହିପରି ଗତ ୧୯ ତାରିଖ ସୁଦ୍ଧା ଯାଜପୁରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲିର ଆଉ ୫ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଗତ ୪୮ ଘଣ୍ଟା ମଧ୍ୟରେ ଏହି ତିନି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅନେକ ବୃଦ୍ଧି ପାଇଛି । ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତଙ୍କୁ ମିଶାଇ ୪୮ ଘଣ୍ଟାରେ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.