ବରଗଡ଼ରେ କାଳବୈଶାଖୀ ତାଣ୍ଡବ, ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ବରଗଡ଼: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ପ୍ରାୟ ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ହୋଇଥିବା ଧାନ ଓ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଲୁପୁରସିଙ୍ଗା ପଞ୍ଚାୟତ, ସୋହେଲା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । କାଳବୈଶାଖୀ ଯୋଗୁଁ ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ପ୍ରାୟ ୧୭ ହଜାର ୩୯୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ରିପୋର୍ଟ ଅତିଶୀଘ୍ର ପଠାଯିବା ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଇନ୍‌ପୁଟ୍‌ ସବ୍‌ସିଡି ମାଧ୍ୟମରେ କ୍ଷତି ପୂରଣ ପାଇବେ ବୋଲି ଜିଲ୍ଲା କୃଷି ଆଧିକାରୀ କହିଛନ୍ତି।

Leave A Reply

Your email address will not be published.