ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ, ପ୍ରଥମେ ରାଜ୍ୟସ୍ତରରେ ପରେ ଜିଲ୍ଲା ସ୍ତରରେ

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ଏଥିସହିତ ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । କୋଭାକ୍ସିନ୍‌ର ୨ଟି ଡୋଜ୍‌ ଓ ଜାଇଡସ୍‌ କାଡିଲାର ୩ଟି ଡୋଜ୍‌ ପିଲାଙ୍କୁ ଦେବା ପାଇଁ ବିଚାର ବିମର୍ଷ ଚାଲିଛି । ପିଲାଙ୍କୁ ଟିକା ନେଇ ଦେଶର ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ସବଜେକ୍ଟ ଏକ୍ସପର୍ଟ କମିଟି ଗ୍ରୀନ୍‌ ସିଗନାଲ ଦେଇ ସାରିଛି ।

ସେହିପରି ୨ ରୁ ୧୮ ବର୍ଷର ପିଲା ନେଇ ପାରିବେ ଏହି ଟିକା। ଡିସିଜିଆଇକୁ ସୁପାରିସ କରିଛି ସବ୍‌ଜେକ୍ଟ ଏକ୍ସପର୍ଟ କମିଟି। ଚୂଡ଼ାନ୍ତ ଅନୁମୋଦନର ନିଷ୍ପତ୍ତି ନେବ ଡିସିଜିଆଇ । ଡିସିଜିଆଇ ଅନୁମତି ପରେ ପିଲାଙ୍କୁ ମିଳିବ କୋଭାକ୍ସିନ୍‌ ଟିକା। ପୂର୍ବରୁ ୩ ଡୋଜ୍‌ ବିଶିଷ୍ଟ ଟିକା ଜାଇଡସ୍‌ କାଡିଲାର ଜାଇକୋଭ୍‌ ଡି-କୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିସାରିଛି। ସେହି ଟିକା ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦେଇ ହେବ। ଜାଇଡସ୍‌ କାଡିଲାକୁ ଅନୁମତି ମିଳିଥିଲେ ବି ଏପର୍ଯ୍ୟନ୍ତ ଉପଲବ୍‌ଧ ହୋଇନି ଏହି ଟିକା ।

ଦେଶର ତୃତୀୟ ଶିଶୁ ଟିକା- ନୋଭାଭାକ୍ସ ପ୍ରସ୍ତୁତ କରୁଛି ସେରମ ଇନଷ୍ଟିଚ୍ୟୁଟ୍‌ । ୭ ରୁ ୧୧ ବର୍ଷର ପିଲାଙ୍କ ଉପରେ ଏହି ଟିକାର ଟ୍ରାଏଲ ଚାଲିଛି। ଗତ ମାସରେ ପରୀକ୍ଷା ପାଇଁ ଡିସିଜିଆଇ ଅନୁମତି ମିଳିଥିଲା। ଚତୁର୍ଥ ଶିଶୁ ଟିକା ବି ପ୍ରସ୍ତୁତ ହେଉଛି। ବାୟୋଲୋଜିକାଲ ଇ ପ୍ରସ୍ତୁତ କରୁଛି କୋର୍ବେଭାକ୍ସ। ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ଉପରେ ଏହାର ଟ୍ରାଏଲ ଚାଲିଛି।

Leave A Reply

Your email address will not be published.