ମାସ୍କ ପିନ୍ଧିବା ସମୟରେ ଏହି ଛୋଟ ଛୋଟ ଭୁଲ ବି ଡାକି ଆଣିବ ବିପଦ, ଏ ନେଇ Video ଜାରି କଲା WHO
ବିଶ୍ୱରେ କରୋନା ଭାଇରସ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ବହୁତ ଜରୁରୀ। ତେବେ ଅନେକ ସମୟରେ ଦେଖାଯାଉଛି କି, କିଛି ଲୋକ ମାସ୍କ ପିନ୍ଧିବାରେ ଭୁଲ କରିଦେଉଛନ୍ତି। ଏହି ଭୁଲ ଯୋଗୁ ସଂକ୍ରମଣର ଆଶଙ୍କା ଆହୁରି ବଢିଯାଉଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଭିଡ଼ିଓ ଜାରି କରିଛି। ଆସନ୍ତୁ ଜାଣିବା କେଉଁ ସବୁ ଭୁଲକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।
୧. ପ୍ରଥମତଃ ଆପଣ ଢିଲା ମାସ୍କ ପିନ୍ଧନ୍ତୁ ନାହିଁ। ମାସ୍କରେ ମୁଁହ ଏବଂ ନାକ ଭଲ ଭାବେ କଭର ହେବା ଉଚିତ।
୨. କିଛି ଲୋକଙ୍କୁ ଦେଖାଯାଉଛି, ସେମାନେ ନାକ ତଳକୁ ମାସ୍କ ଖସାଇ ଦେଉଛନ୍ତି। ଏପରି କରିବା ବନ୍ଦ କରିଦିଅନ୍ତୁ।
୩. ବହୁତ ଲୋକ କଥା ହେବା ସମୟରେ ମାସ୍କ ମୁହଁରୁ କାଢ଼ି ଦେଉଛନ୍ତି। କିନ୍ତୁ ଏମିତି କରିବା ଜୀବନ ପ୍ରତି ବିପଦ ହୋଇପାରେ। ସୁରକ୍ଷିତ ରହିବାକୁ ହେଲେ ଆଜି ଠୁ ଏହି ଭୁଲ କରିବା ଛାଡି ଦିଅନ୍ତୁ।
୪. ମାସ୍କ ମୁଁହରେ ପିନ୍ଧି ସାରିବା ପରେ ଏହାକୁ ବାରମ୍ବାର ଛୁଅନ୍ତୁ ନାହିଁ।
୫. ଜଣେ ଆଉ ଜଣଙ୍କ ମାସ୍କ ପିନ୍ଧନ୍ତୁ ନାହିଁ। ନିଜର ସବୁବେଳେ ସ୍ୱତନ୍ତ୍ର ମାସ୍କ ରଖନ୍ତୁ। ଏମିତି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ଆହୁରି ବଢିଯାଇଥାଏ।