ଆଉ ୨ ଦିନ ପରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌, ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ତଥାପି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଆଉ ୨ ଦିନ ପରେ ଅଗଷ୍ଟ ୧ରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌ । ନୂଆ ଗାଇଡଲାଇନର ରୂପରେଖ କଣ ରହିବ ତାଉପରେ ନଜର ରହିଛି । ଏବେ କାଟାଗୋରୀ-Bରେ ୧୦ଟି ଜିଲ୍ଲା ରହିଛି । ୧ ତାରିଖରେ ଏଥିରୁ କିଛି ଜିଲ୍ଲା କାଟାଗୋରୀ-Aକୁ ଯାଇପାରନ୍ତି ।

ଅଧିକାଂଶ କ୍ୟାଟାଗୋରୀ ଏ- ଜିଲ୍ଲାଗୁଡିକରେ ସଂକ୍ରମଣ ହାର ୧ ପ୍ରତିଶତ ତଳେ ରହୁଛି। କାଟାଗୋରୀ-B ଜିଲ୍ଲାରେ ମାର୍କେଟ ଖୋଲିବା ସମୟ ରାତି ୮ଟାକୁ ବଢ଼ିପାରେ । ଅଧିକ ସଂକ୍ରମିତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ବଳବତ୍ତର ରହିପାରେ । ଉଠିନପାରେ ନାଇଟକର୍ଫ୍ୟୁ । ଖୋଲି ନପାରେ ସିନେମା ହଲ୍‌, ମଲ୍‌ । ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ବନ୍ଦ ରହିପାରେ । ସେହିପରି ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶ ଉପରେ କଟକଣା ରହିବ । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା କଟକଣାରେ କୋହଳ ହେବ କି ନାହିଁ ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.