କରୋନା ଭାଇରସ

କରୋନାକୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନିଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସରକାର ଏହି କଠୋର ନିଷ୍ପତ୍ତି ନେଇଛନ୍ତି । କାରଣ ଗତ କିଛି ଦିନ ଭିତରେ ଏହି ସବୁ ଜିଲ୍ଲା ପଶ୍ଚିମବଙ୍ଗ ଲିଙ୍କରୁ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଛି । ଅବସ୍ଥା ସଂଗୀନ ଦେଖି କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଗୀତଗୋବିନ୍ଦ ଭବନରୁ ଘୋଷଣା କରିଛନ୍ତି । ଆଜି ରାତି ୧୦ ଟାରୁ ୬୦ ଘଣ୍ଟା ପାଇଁ ଏହି ସଟ୍‌ ଡାଉନ୍‌ ହେବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା, ଔଷଧ ଭଳି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରହିବ ।
ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ପଜେଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଟେଷ୍ଟିଂ ସମେତ ସବୁ ପ୍ରକାର ପଦକ୍ଷେପ ନେଇଥିଲେ । ଗତ ଏପ୍ରିଲ ୪ ଓ ୫ ତାରିଖରେ କଟକ, ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ସଟ୍‌ ଡାଉନ୍‌ କରାଯାଇଥିଲା । ଏହି ସମୟରେ ପ୍ରସ୍ତୁତି ପାଇଁ ସମୟ ମିଳିଥିଲା ଏବଂ ଆମେ ସଫଳତାର ସହ କାମ କରିଥିଲୁ । ଯାହାର ଫଳ ସ୍ୱରୂପ ୧୪ ଏପ୍ରିଲରୁ ଆଜି ଯାଏ ଭୁବନେଶ୍ୱରରେ ପଜେଟିଭ୍‌ ମିଳି ନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେହି ଅନୁସାରେ ଏବେ ପଶ୍ଚିମବଙ୍ଗ ଲିଙ୍କ୍‌ରୁ ଏହି ତିନି ଜିଲ୍ଲାକୁ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିବା ପରେ ସଟ୍‌ଡାଉନ୍‌ ନିଷ୍ପତ୍ତି ନିଆଯାଇଛି । ଏହି ୬୦ ଘଣ୍ଟାର ସଟ୍‌ଡାଉନ୍‌ ସମୟରେ ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଅଧିକ ଟେଷ୍ଟିଂ କରି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏହା ସହିତ ଏହି ଜିଲ୍ଲାଗୁଡ଼ିକର ସୀମାକୁ ପୋଲିସ୍‌ ଡିଜି ସମୀକ୍ଷା ଓ ଯାଞ୍ଚ କରିବା ପରେ ସିଲ୍‌ କରାଯାଇଛି । ୨୭ଟି ସ୍ୱତନ୍ତ୍ର ପ୍ଲାଟୁନ୍‌ ପୋଲିସ୍‌ ସୀମାରେ ମୁତୟନ ଅଛନ୍ତି ।
ଆସନ୍ତୁ ଶୁଣିବା କଣ କହୁଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

 

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago