ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୮ମୃତ

ଭୁବନେଶ୍ବର: ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୋଳରୁ ୫୨୬ ଓ ଝାରସୁଗୁଡ଼ାରୁ ୪୦୪ ନୂଆ ପଜିଟିଭ୍‌ ବାହାରିଛନ୍ତି ।

ଏହି ୫ଟି ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୧ ଶହ । ଯାହା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୪୨ ପ୍ରତିଶତ । ଦୁଇଟି ଜିଲ୍ଲା ଭଦ୍ରକ ଓ ମାଲକାନଗିରିକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକରେ ସର୍ବନିମ୍ନ ୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ  ୧୮ଜଣଙ୍କ ଜୀବନ ନେଇଛି କରୋନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.