ରାଜ୍ଯରେ ଆଜି ୨୪୪ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ଯୁ ସଂଖ୍ଯା ୧୮୯୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୨୪୪ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୪୨, ଏବଂ ଲୋକାଲ୍ କେସରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ହଜାର ୧୦୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୮ ହଜାର ୦୪୩। ଆକ୍ଟିଭ କେସ୍‌ ରହିଛି ୨ ହଜାର ୧୧୮।

ଅନ୍ଯପଟେ ରାଜ୍ଯରେ ଆଜି ଜଣଙ୍କର ଜୀବନ ନେଇଛି କରୋନା । ତେବେ ଏହାକୁ ମିଶାଇ ରାଜ୍ଯରେ ସମୁଦାୟ କରୋନା ମୃତ୍ୟୁସଂଖ୍ଯା ୧୮୯୨କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ୪୮ ବର୍ଷିୟ ପୁରୁଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.