ରାଜ୍ଯରେ ଆଜି ସର୍ବାଧିକ ୩୮୬୧ ପଜିଟିଭ୍ ଚିହ୍ନଟ, ୧୦ମୃତ

ଭୁବନେଶ୍ବର: ଆଜି ରାଜ୍ଯରେ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୨୭୮ ଏବଂ ଲୋକାଲ୍ କେସରୁ ୧୫୮୩ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୨୭,୮୯୨ ରେ ପହଁଚିଛି। ଏମାନଙ୍କ ୯୬,୩୬୪ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୦,୯୧୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୨୦, ବାଲେଶ୍ବରରୁ ୧୦୫, ବରଗଡରୁ ୧୭୬, ଭଦ୍ରକରୁ ୭୪, ବଲାଙ୍ଗିରରୁ ୭୫, ବୌଦ୍ଧରୁ ୨୨, କଟକରୁ ୩୮୬, ଦେଓଗଡ ୧୨,ଢେଙ୍କାନାଳରୁ ୭୪, ଗଜପତିରୁ ୧୪, ଗଞ୍ଜାମରୁ ୯୧, ଜଗତସିଂହପୁରରୁ ୮୬, ଯାଜପୁରରୁ ୨୮୫, ଝାରସୁଗୁଡା ୧୯୯, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରାପଡାରୁ ୮୩, କେନ୍ଦୁଝରରୁ ୬୬, କୋରାପୁଟରୁ ୮୬, ମାଲକାନଗିରିରୁ ୩୩, ମୟୁରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୪୪, ନୟାଗଡରୁ ୫୭, ନୂଆପଡାରୁ ୪୮, ପୁରୀରୁ ୨୦୦, ରାୟଗଡାରୁ ୧୫୩, ସମ୍ବଲପୁରରୁ ୭୭, ସୋନପୁରରୁ ୧୭୭ ଏବଂ ସୁନ୍ଦରଗଡରୁ ୯୬ ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୧୪୦ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ଜଣଙ୍କ ଜୀବନ ଯାଇଛି । ଏହାସହ ଭୁବନେଶ୍ବର,ବାଲେଶ୍ବର,କଟକ,କଳାହାଣ୍ଡି,କୋରାପୁଟ,ନୟାଗଡ ଓ ରାୟଗଡା ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୫୬ ମୃତ୍ୟୁକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.