ରାଜ୍ଯରେ ଆଜି ସର୍ବାଧିକ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ, ଗଲା ଆଉ ୧୧ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୭୬ ଏବଂ ଲୋକାଲ୍ କେସରୁ ୧୭୨୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୫୫,୦୦୫ରେ ପହଁଚିଛି। ଏମାନଙ୍କ ୧,୧୮,୬୪୨ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୫,୬୭୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୦୮, ବାଲେଶ୍ବରରୁ ୧୩୦, ବରଗଡରୁ ୯୫, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୯୭, ବୌଦ୍ଧରୁ ୧୯, କଟକରୁ ୩୬୭, ଦେଓଗଡ ୩୪,ଢେଙ୍କାନାଳରୁ ୮୦, ଗଜପତିରୁ ୧୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୫୬, ଝାରସୁଗୁଡା ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦ୍ରାପଡାରୁ ୧୪୩, କେନ୍ଦୁଝରରୁ ୬୩, କୋରାପୁଟରୁ ୯୯, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୧୩୩, ନବରଙ୍ଗପୁରରୁ ୯୮, ନୟାଗଡରୁ ୪୩, ନୂଆପଡାରୁ ୧୧୬, ପୁରୀରୁ ୩୧୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୧୩୦, ସୋନପୁରରୁ ୭୪ ଏବଂ ସୁନ୍ଦରଗଡରୁ ୧୯୫ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୨୧୮ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ କଟକରୁ ୪, ଭୁବନେଶ୍ବର ଓ ବଲାଙ୍ଗିରରୁ ୨ଜଣଙ୍କର ଜୀବନ ଯାଇଛି । ଏହାସହ ନୟାଗଡ,କନ୍ଧମାଳ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୩୭ ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.