ଆଜି ରାଜ୍ଯରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ, ୧୭ଶହ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ଯରେ ଆଉ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୩୬୯, ଏବଂ ଲୋକାଲ୍ କେସରୁ ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୬ ହଜାର ୪୫କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୮ ହଜାର ୧୦୨ । ଆକ୍ଟିଭ କେସ୍‌ ରହିଛି ୬ ହଜାର ୭୮୬।

ଅନ୍ଯପଟେ, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.