ରାଜ୍ୟରେ ଆଜି ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୧୪ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୮ ହଜାର୍‌ ପାର କଲା କରୋନା ପଜିଟିଭଙ୍କ ସଂଖ୍ୟା। ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ ନୂଆ କେସ୍‌ ରହିଛି। ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ଓ ପୁରୀ ୫୧୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିରରୁ ୪୫୯, ବରଗଡ଼ରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦ ଓ ନବରଙ୍ଗପୁରରୁ ୩୬୮ ପଜିଟିଭ୍‌ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୪୪ହଜାର ୧୯୪କୁ ବୃଦ୍ଧି ପାଇଛି। କରୋନା ଜନିତ ମୃତ୍ୟୁ ୨ହଜାର ୪୩ କୁ ବୃଦ୍ଧି ପାଇଛି। ରାଜ୍ୟରେ ଆକ୍‌ଟିଭ୍‌ କେସ୍‌ ୬୦ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ପଜିଟିଭିଟି ହାର ୧୯. ୦୯ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.