ଆଜି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍, ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ପହଞ୍ଚିବେ ଓଡ଼ିଶାରେ

ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍‌। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡ଼ରେ ପହଞ୍ଚିବ ଗୋଟିଏ ଟ୍ରେନ୍‌। ଆଉ ୩ଟି ଟ୍ରେନ୍‌ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିବ। ଚେନ୍ନାଇରୁ ବାହାରିଥିବା ଗୋଟିଏ ଟ୍ରେନ୍‌ ମଧ୍ୟ ଜଗନ୍ନାଥପୁରରେ ପହଞ୍ଚିବ ।

ଆନ୍ଧ୍ରପ୍ରଦେଶରୁ ପ୍ରବାସୀଙ୍କୁ ଧରି ଟ୍ରେନଟି ଟିଟିଲାଗଡ ଆସୁଥିବାରୁ ଆଜି ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଟିଟିଲାଗଡ଼ରେ ପୁଣି କର୍ଫ୍ୟୁ ଜାରି ହୋଇଛି। ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସ୍ୱତନ୍ତ୍ର ବସ୍‌ ଯୋଗେ ସେମାନଙ୍କୁ ନିଜ ନିଜ ଗାଁକୁ ନିଆଯିବ। ସେଠାରେ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବେ ।

ତେବେ ସୂଚନା ଥାଉକି, ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ପାସେଞ୍ଜର ରେଳ ସେବା । ଏଥିପାଇଁ ଆଜି ଅପରାହ୍‌ଣ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବ। ରେଳୱେ କୌଣସି କାଉଣ୍ଟରରେ ଟିକେଟ ବିକ୍ରି ହେବ ନାହିଁ । ଆଇଆରସିଟିସିର ୱେବସାଇଟ ମାଧ୍ୟମରେ କେବଳ ଟିକେଟ ବୁକିଂ କରି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.