ଦେଶରେ ପୁଣି ରେକର୍ଡ ସଂଖ୍ଯକ ପଜିଟିଭ୍: ଦିନକରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ, ୧୦୫୭ ମୃତ

ନୂଆଦିଲ୍ଲୀ:ଆଜି ଦେଶରେ ପୁଣି ରେକର୍ଡ ପଜିଟିଭ୍‌ । ଗୋଟିଏ ଦିନରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ । ଏହାସହିତ ୧୦୫୭ଜଣଙ୍କ ମୁଣ୍ଡ ନେଲା ଏହି ମାରାତ୍ମକ ଭାଇରସ୍ । ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୧ ହଜାର ୫୨୯କୁ ବୃଦ୍ଧି ପାଇଛି ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ରହିଛି ୭ ଲକ୍ଷ ୪୨ ହଜାର ୨୩ । ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୫ ଲକ୍ଷ ୮୩ ହଜାର ୯୪୮ଜଣ । ମହାରାଷ୍ଟ୍ରରେ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି କରୋନା ସ୍ଥିତି । ମହାରାଷ୍ଟ୍ରରେ ସର୍ବାଧିକ ୨୩ ହଜାର ପାର କଲାଣି ମୃତ୍ୟୁସଂଖ୍ୟା । ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକରେ ବି ସ୍ଥିତି ବିଗିଡିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.