ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ: ଓଡ଼ିଶାର ହଟସ୍ପଟ୍‌ ରେଡ ଜୋନ୍‌ରେ ଖୋର୍ଦ୍ଧା ଓ କ୍ଲଷ୍ଟର ଜୋନରେ ଭଦ୍ରକ ଜିଲ୍ଲା

ଭୁବନେଶ୍ବର: ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ। ସେଥିରୁ ଓଡ଼ିଶାରେ ହଟ୍‌ସ୍ପଟ୍‌ ଜୋନରେ ରହିଛି ଦୁଇଟି ଜିଲ୍ଲା । ରେଡ୍‌ ଜୋନର ହଟ୍‌ସ୍ପଟ୍‌ ଲାର୍ଜ ଆଉଟ୍‌ବ୍ରେକ କ୍ୟାଟାଗୋରୀରେ ଖୋର୍ଦ୍ଧା ଜିଲ୍ଲା ରହିଥିବା ବେଳେ ହଟ୍‌ସ୍ପଟ୍‌ କ୍ଲଷ୍ଟର ଜୋନ୍‌ରେ ରହିଛି ଭଦ୍ରକ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ୨୮ ଦିନ ପାଇଁ ରହିବ ହଟସ୍ପଟ୍‌ ଟ୍ୟାଗ୍‌ । ଗାଇଡ୍‌ଲାଇନ୍‌ ଅନୁସାରେ ଏହି ସମୟ ମଧ୍ୟରେ କୌଣସି ପଜିଟିଭ୍‌ କେସ୍‌ ନବାହାରିଲେ ଏହାକୁ ଗ୍ରୀନ୍‌ ଜୋନ୍‌ ଘୋଷଣା କରାଯିବ ।

odisha mapନନ୍‌ ହଟ୍‌ସ୍ପଟ ଜୋନରେ ରହିଛି ଅନ୍ୟ ସାତଟି ଜିଲ୍ଲା କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସବୁ ରାଜ୍ୟକୁ ଦେଇଥିବା ଚିଠିରେ ଏହା ଉଲ୍ଲେଖ ରହିଛି । ରାଜ୍ୟରେ ୬୦ ଆକ୍ରାନ୍ତ ଥିବା ବେଳେ କେବଳ ଭୁବନେଶ୍ୱରରେ ପଜିଟିଭ୍‌ ସଂଖ୍ୟା ୪୬ । ରାଜ୍ୟର ପଜିଟିଭ କେସ୍‌ ଯେତିକି ତାର ୭୭ ପ୍ରତିଶତ କେବଳ ଭୁବନେଶ୍ୱରରୁ ଅଛନ୍ତି । ବମିଖାଲରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ । ବମିଖାଲ ପାଲଟିଛି ଭୁବନେଶ୍ୱରରେ କରୋନାର ହଟସ୍ପଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.