କରୋନାର ନୂଆ ଭାରିଆଣ୍ଟକୁ ନେଇ ଭାରତରେ ଆଲର୍ଟ, ବେଙ୍ଗାଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ପଜିଟିଭ ଚିହ୍ନଟ!

ନୂଆଦିଲ୍ଲୀ(କେନ୍ଯୁଜ୍): ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢୁଛି ଆତଙ୍କ । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନା ତାହା ଜିନୋମ୍‌ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ପ୍ରାଥମିକ ପରୀକ୍ଷଣରେ ଏହା ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି ।

ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଜିଲ୍ଲାପାଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାର । ଏୟାରପୋର୍ଟରେ ସେମାନଙ୍କ ଟେଷ୍ଟିଂ ବେଳେ ଦୁଇଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ ପଜିଟିଭ ବାହାରିଥିଲେ । ଏହା ପରେ ସେମାନଙ୍କ ନମୁନାକୁ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପୁଣେ ପଠାଯାଇଛି ।

ରିପୋର୍ଟ ଆସିବା ପରେ ତାହା ଓମିକ୍ରନ କି ନା ବୋଲି ଜଣାପଡ଼ିବ । ଦୁଇ ପଜିଟିଭ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ସେପଟେ ଭୟରେ, ବିଶ୍ୱର ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକୀୟ ଦେଶ ଉପରେ ଟ୍ରାଭେଲ ରେଷ୍ଟ୍ରିକ୍‌ସନ ଲଗାଇବା ଆରମ୍ଭ କରିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ବି ବିଦେଶୀ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି । ବୃହତ ମୁମ୍ବାଇ କର୍ପୋରେସନ କିଛି ନୂଆ କଟକଣା ନେଇ ଘୋଷଣା କରିଛି । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସୁଥିବା ଲୋକଙ୍କୁ ଆଇସୋଲେସନରେ ରଖାଯିବ । ଏହା ସହିତ ସେମାନଙ୍କ ନମୁନା ଜେନମ ସିକ୍ୱେନ୍‌ସିଂ ପାଇଁ ପଠାଯିବ ।

ନୂଆ ଭାରିଆଣ୍ଟରୁ ବିପଦ କେତେ ଭୟଙ୍କର, ବୈଜ୍ଞାନିକ ଆକଳନରେ ଲାଗିଛନ୍ତି। କେତେ ଶୀଘ୍ର ବ୍ୟାପୁଛି ଓମିକ୍ରନ। ଟିକାକୁ କାଟି ପାରିବ କି ନୂଆ ଭାରିଆଣ୍ଟ। ଓମିକ୍ରନ ଆଗରେ କେତେ ପ୍ରଭାବୀ ରହିବ ଟିକା। ବିଶ୍ୱର ପ୍ରମୁଖ ସଂସ୍ଥା ଓ ବୈଜ୍ଞାନିକ ଗବେଷଣା ଚଳାଇଛନ୍ତି।

positive

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ:

ଅନ୍ଯପଟେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରେ ନୂଆ ଗାଇଡଲାଇନ ଜାରି ହୋଇଛି । ‘ନୂଆ ଭୂତାଣୁ ବିମାନ ବନ୍ଦରରୁ ଆସିବା ଆଶଙ୍କା ଥିବାରୁ ଏୟାର ପୋର୍ଟ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

‘ବିଦେଶ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟିନ୍‌ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଉଛି । ‘ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସର୍ଭେଲାନ୍ସ କରାଯାଉଛି । ‘ସବୁ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍‌ ବାଧ୍ୟ ହୋଇଛି । ଏଣିକି ବିଦେଶରୁ ଆସିଲେ ଟେଷ୍ଟିଂ ଓ ଜିନୋମିକ ସିକ୍ୱେନ୍ସିଂ କରାଯିବ । କମ୍ୟୁନିଟି ସର୍ଭେଲାନ୍ସ ଜୋରଦାର କରାଯିବ । ଲୋକ ସଚେତନ ହେବା ଜରୁରୀ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିିଜୟ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.