ଦୁଇଟି ଡୋଜ୍‌ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏହି ସବୁ ଦେଶ କଲେ କରୋନା RT-PCR ଟେଷ୍ଟରେ ଛାଡ

କରୋନା ସଂକ୍ରମଣ କମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ନୂଆ ଭାରିଏଣ୍ଟ ବିଶ୍ୱରେ ଦେଖାଯାଉଛି । ନିକଟରେ ଓମିକ୍ରନ ଭାରିଏଣ୍ଟର ସଂକ୍ରମଣ ବିଶ୍ୱର ଅର୍ଦ୍ଧାଧିକ ଦେଶରେ ଜାରି ରହିଛି । ତେବେ ଏହା ଭିତରେ ଅନେକ ଦେଶ ନିଜ ଦେଶକୁ ବିମାନ ସେବା ବନ୍ଦ କରିଥିବା ବେଳେ ଅନ୍ୟ କିଛି ଦେଶ ଦେଶକୁ ପ୍ରବେଶ କରିବା ର୍ପୂବରୁ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ଫଳରେ ଯାତ୍ରୀମାନେ କୌଣସି ଦେଶକୁ ଯିବା ପୂର୍ବରୁ ବିମାନ ବନ୍ଦରରେ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି । କେଉଁ ଦେଶରେ ଏଥିପାଇଁ ଯାତ୍ରୀଙ୍କୁ ଦେଶରେ ପ୍ରବେଶ କରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

କିଛି ଦେଶ ଏବେ ପର୍ଯ୍ୟଟନ ଶିଳ୍ପକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଦେଶରେ ପ୍ରବେଶ ନେଇ କରୋନା ନିୟମରେ କିଛି କୋହଳ ଆଣିଛନ୍ତି । ଯେଉଁ ଯାତ୍ରୀ କରୋନାର ଦୁଇଟି ଡୋଜ ନେଇଥିବେ, ସେମାନଙ୍କ ପାଇଁ ପ୍ରାଥମିକ ଏଣ୍ଟ୍ରି କୋଭିଡ ଟେଷ୍ଟ ଛାଡ କରାଯାଇଛି । ଯାତ୍ରୀମାନେ ହୋଟେଲ ରହିବା ପରେ ଦୁଇ ଦିନ ଭତରେ ସୋମନଙ୍କର ଆରଟିପିସିଆର ଟେଷ୍ଟ ଦେଇପାରିବେ । ପର୍ଯ୍ୟଟନ ଶିଳ୍ପ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି କିଛି ଦେଶ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟରେ କିଛି କୋହଳ ଆଣିଛନ୍ତି । ଆସନ୍ତୁ ଜାଣିବା ସେହିସବୁ ଦେଶଗୁଡିକ ବିଷୟରେ ।

ୟୁକେ : ୟୁକେ କୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଦେଶର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ତତ୍‌କ୍ଷଣାତ କୋଭିଡ ଟେଷ୍ଟ ନିମୟକୁ କୋହାଳ କରିବାକୁ ଘୋଷଣା କରିଛନ୍ତି । ଏହି ଦେଶକୁ ଯାତ୍ରା କରୁଥିବା ଯାତ୍ରୀ ଯଦି ଦୁଇଟି ଡୋଜ ଟିକା ନେଇଥିବେ ସେମାନଙ୍କୁ ଇଂଲଣ୍ଡରେ ପହଞ୍ଚିବା କ୍ଷଣି କୋଭିଡ ଟେଷ୍ଟ ଦେବା ପରିବର୍ତ୍ତେ ରହିବାର ଦୁଇ ଦିନ ଭିତରେ ଟେଷ୍ଟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ୱେଡେନ : ଏହି ଦେଶକୁ ପ୍ରବେଶ ପୂର୍ବରୁ ଥିବା ନେଗେଟିଭ ଆରଟି-ପିସିଆର ଟେଷ୍ଟକୁ ଉଠାଇ ଦିଆଯାଇଛି । ସରକାର କହିଛନ୍ତି ଯେ ସ୍ୱେଡେନରେ ଯାତ୍ରୀଙ୍କୁ ଓମିକ୍ରନ ସଂକ୍ରମଣ କରାଇବାର ଭୟ ନାହିଁ ।

ଥାଇଲାଣ୍ଡ : ଏହି ଦେଶରେ ଯାତ୍ରୀଙ୍କୁ ପହଞ୍ଚିବା ତତ୍‌କ୍ଷଣାତ ପରିବର୍ତ୍ତେ ଯାତ୍ରୀ ଗୋଟିଏ ଦିନ ହୋଟେଲରେ ରହି କରୋନା ଟେଷ୍ଟ ରିପୋର୍ଟ ଦେଇପାରିବେ । ଏଥିପାଇଁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ହୋଟେଲରେ ରହିବା ଓ କରୋନା ଟେଷ୍ଟକରିବାକୁ ହେବ ।

ସିଙ୍ଗାପୁର : ସିଙ୍ଗାପୁର ସରକାର ମଧ୍ୟ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏକାନ୍ତବାସ ପ୍ରକ୍ରିୟାକୁ ସହଜ କରିଛନ୍ତି । ଟିକା ନେଇଥିବା ଯାତ୍ରୀମାନେ ୧୦ ଦିନ ପରିବର୍ତ୍ତେ ନିଜକୁ ୭ ଦିନ ଯାଏ ଏକାନ୍ତବାସରେ ରଖିପାରିବେ ।

ସାଇପ୍ରସ : ଏହି ଦେଶର ସରକାର କହିଛନ୍ତି ଯେ ଏଠାରେ ଟିକା ନେଇଥିବା ଯାତ୍ରୀମାନଙ୍କ ପାଇଁ ମାର୍ଚ୍ଚ ୧ ରୁ ସରକାର ସମସ୍ତ କଟକଣା ଉଠାଇ ଦେଇଛନ୍ତି । ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ଏହି ଦେଶ କରୋନାର ଦୁଇଟି ଡୋଜ ଓ ବୁଷ୍ଟୋର ଡୋଜ ଟିକା ନେଇଥିବା ଯାତ୍ରୀ ଏହାର ସାର୍ଟିଫିକେଟ ଦେଖାଇଲେ ସବୁ ଛାଡ଼ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.