ବିଶ୍ୱରେ ସାଂଘାତିକ ହେବାରେ ଲାଗିଛି ମହାମାରୀ କରୋନା, ଏଭଳି ସ୍ଥିତିରେ ଜାତିସଂଘ ଆରମ୍ଭ କଲା COVID-19 ଯୋଜନା

ବିଶ୍ୱରେ ସାଂଘାତିକ ହେବାରେ ଲାଗିଛି ମହାମାରୀ କରୋନା । ଏଭଳି ସମୟରେ ଜାତିସଂଘ COVID-19 ଯୋଜନା ଆରମ୍ଭ କରିଛି । ଯାହା ଭୂତାଣୁକୁ ପରାଜୟ କରି ଏକ ଉନ୍ନତ ବିଶ୍ୱ ଗଠନ କରିପାରିବ । କରୋନା ଦ୍ୱାରା ହେବାକୁ ଥିବା ସାମାଜିକ-ଅର୍ଥନୈତିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରି ଲୋକଙ୍କ ଉପରେ ହେଉଥିବା ଆଘାତକୁ ହ୍ରାସ କରିବା ପାଇଁ ଏକତ୍ର କାର୍ଯ୍ୟ କରିବାକୁ ଆହ୍ଵାନ କରିଛି ଜାତିସଂଘ ମୁଖ୍ୟ । ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ COVID-19ର ସାମାଜିକ-ଅର୍ଥନୈତିକ ପ୍ରଭାବ ଉପରେ ଏକ ରିପୋର୍ଟ ଶୁଭାରମ୍ଭରେ କହିଛନ୍ତି, କରୋନା ଭାଇରସ୍‌ ସମାଜ ଓ ଜୀବନ ଜୀବିକା ଉପରେ ଆକ୍ରମଣ କରୁଛି ।

ଏହା ବିଶ୍ୱ ଅର୍ଥନୀତି ଏବଂ ବ୍ୟକ୍ତିଗତ ଦେଶ ଉପରେ ସମ୍ଭାବ୍ୟ ଦୀର୍ଘମିଆଦି ପ୍ରଭାବ ଭୟଙ୍କର । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ୨୦୨୦ ଏବଂ ୨୦୨୧ ପାଇଁ ଅଭିବୃଦ୍ଧି ଆଶା ଉପରେ ମୂଲ୍ୟାଙ୍କନ କରି ଘୋଷଣା କରିଛି ଏହା ବିମୁଦ୍ରାକରଣରେ ପ୍ରବେଶ କରୁଛି । ଏମିତିକି ୨୦୦୯ ତୁଳନାରେ ଖରାପ ସ୍ଥିତି । ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି କରୋନା ଯୋଗୁଁ ୧୦ ପ୍ରତିଶତ ଜିଡିପି କ୍ଷତି ହେବ । ଏହି ମହାମାରୀ ୧୧ ମିଲିଅନ୍‌ ଲୋକଙ୍କୁ ଦାରିଦ୍ୟକୁ ଠେଲିଦେବ । 

Leave A Reply

Your email address will not be published.