କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜିଟିଭ୍, ଟ୍ବିଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ  କରୋନା। ନିଜେ ଟ୍ବିଟ  କରି ଦେଲେ ସୂଚନା। ଗତକାଲି ସେ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ନମୁନା ପରୀକ୍ଷା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ଯୋଗୁଁ ବର୍ତ୍ତମାନ ମୁଁ ସୁସ୍ଥ ଅଛି । ଏବେ ମୁଁ ଆଇସୋଲେସନରେ ଅଛି । ୬୩ ବର୍ଷୀୟ ମନ୍ତ୍ରୀ ଶ୍ରୀ ଗଡ଼କରୀ ଅପିଲ କରିଛନ୍ତି ଯେ, ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି, ଅଧିକ ଯତ୍ନଶୀଳ ହୁଅନ୍ତୁ । କରୋନା ଗାଇଡଲାଇନ ପାଳନ କରନ୍ତୁ ।

ଗଡ଼କରୀ କରୋନା ଆକ୍ରାନ୍ତ ହୋଇଥିବା ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.