ଆଜିଠୁ ଆରମ୍ଭ ଅନଲକ୍-୩.୦: କିଛି କଟକଣା କୋହଳ, ଆଉ କିଛି କଠୋର

ଭୁବନେଶ୍ବର: ଆଜିଠୁ ଆରମ୍ଭ ଅନଲକ୍-୩.୦। ରାଜ୍ୟରେ ଅଗଷ୍ଟ ୩୧ ତାରିଖ ଯାଏ ରାଜ୍ୟରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ ।

ତେବେ ଏହାରି ଭିତରେ ମଧ୍ଯ କିଛି କଟକଣାକୁ ଆହୁରି କଠୋର କରାଯାଇଛି । ମାସ୍କ ନ ପିନ୍ଧିଲେ ଏଣିକି ହଜାରେ ଟଙ୍କା ଫାଇନ୍‌ ପଡ଼ିବ । ପ୍ରଥମ ଦୁଇ ଥର ପାଇଁ ହଜାରେ ଟଙ୍କା ଲେଖାଏଁ ଜରିମାନା ପଡ଼ିବ । ତୃତୀୟ ଥର ନିୟମ ଉଲ୍ଲଙ୍ଘନ ପାଇଁ ୫ ହଜାର ଫାଇନ୍‌ ଗଣିବାକୁ ହେବ । ସେହିପରି ବିବାହ ଗାଇଡଲାଇନ୍‌ ନିୟମ ଭାଙ୍ଗିଲେ ୧୦ ହଜାର ଜରିମାନା ପଡିବ । ଏଥିସହ ବିବାହ ମଣ୍ଡପକୁ ମଧ୍ୟ ସିଲ୍‌ କରାଯିବ । ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଲୋକଙ୍କ ଭିଡ଼ ହେବନାହିଁ । କୋଭିଡ ନିୟମ ନମାନିଲେ ସଂସ୍ଥା କର୍ତ୍ତୃପକ୍ଷ ୧୦ ହଜାର ଟଙ୍କା ଫାଇନ ଦେବେ । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ତେବେ ଅଧିକ ସଂକ୍ରମିତ ୪ ଜିଲ୍ଲାରେ ସରକାର ସାପ୍ତାହିକ ସଟଡାଉନ୍‌ ଘୋଷଣା କରିଛନ୍ତି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲା ମହାନଗରରେ ସାପ୍ତାହିକ ସଟଡାଉନ୍‌ ଜାରି ରହିବ । ପୂର୍ବରୁ ସାପ୍ତାହନ୍ତ ସଟଡାଉନ୍‌ ଜାରି ଜିଲ୍ଲାରୁ ବାଦ ପଡ଼ିଛି ଯାଜପୁର । ନୂଆ ଜିଲ୍ଲା ଭାବରେ ଗଜପତି ସାମିଲ ହୋଇଛି । ତେବେ ଆଜି ଓ ଆସନ୍ତାକାଲି କୋହଳ ହେବ ସପ୍ତାହନ୍ତ ସଟଡାଉନ୍‌ ନିୟମ । ସଟଡାଉନ୍‌ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଖୋଲିବ ଦୋକାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.