ଜିଲ୍ଲାପାଳ ଅନୁମତି ଦେଲେ ଖୋଲିବ ଧର୍ମାନୁଷ୍ଠାନ, ବାହାଘର ଭୋଜିରେ ଉପସ୍ଥିତ ରହି ପାରିବେ ୨୦୦ ଲୋକ

ଭୁବନେଶ୍ବର: ଜିଲ୍ଲାପାଳ ଅନୁମତି ଦେଲେ ଖୋଲିବ ଧର୍ମାନୁଷ୍ଠାନ । ମ୍ୟୁନିସିପାଲ କମିଶନରଙ୍କ ଅନୁମତିରେ ମନ୍ଦିର ଖୋଲିପାରିବ । କୋଭିଡ଼ ୧୯ ସୁରକ୍ଷା ନିୟମ ମାନି ମନ୍ଦିର ଖୋଲିପାରିବେ । ସେହିଭଳି ବାହାଘର ଉପରେ କଟକଣା କିଛିଟା କୋହଳ କରାଯାଇଛି । ବାହାଘର ଭୋଜିରେ ୨୦୦ ଲୋକ ଉପସ୍ଥିତ ରହିପାରିବେ ।

ମଣ୍ଡପ ଭିତରେ ବାହାଘର ହେଲେ କାପାସିଟିର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ । ଖୋଲା ସ୍ଥାନରେ ଆକାର ଅନୁଯାୟୀ ଅନୁମତି ମିଳିବ । ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ଆଣିବାକୁ ହେବ । ସୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସିନେମା ହଲ, ସୁଇମିଙ୍ଗ ପୁଲ, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ ନଭେମ୍ବର ୧୬ ତାରିଖ ଯାଏ ବନ୍ଦ ରହିବ ।

ବଡ଼ ଧରଣର ଧାର୍ମିକ ସମାବେଶ ଓ ରାଜନୈତିକ କାର୍ଯ୍ୟକ୍ରମ ଉପରେ ନଭେମ୍ବର ୩୦ ପର୍ଯ୍ୟନ୍ତ କଟକଣା ରହିଛି । କେବଳ ଉପନିର୍ବାଚନ ପାଇଁ ଇଲେକ୍ସନ କମିଶନଙ୍କଠାରୁ ମିଳିଥିବା ବୈଠକକୁ ଅନୁମତି ଦିଆଯାଇଛି । କଟକଣା କେବଳ ସ୍ୱିକୃତିପ୍ରାପ୍ତ ସୁଇମିଙ୍ଗ ପୁଲ ଖୋଲା ରହିବ । ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବପରି କଟକଣା ଜାରି ରହିବ । ଅନ୍ତଃରାଜ୍ୟ ଗାଡ଼ି ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ।

Leave A Reply

Your email address will not be published.