ୟୁପି: କରୋନା ଟିକାକରଣ ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକାରେ ବଡ଼ ତ୍ରୁଟି, ମୃତ ନର୍ସ, ଅବସରପ୍ରାପ୍ତ ଡାକ୍ତରଙ୍କ ନାଁ ସାମିଲ ! ମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

କରୋନା ମହାମାରୀ ଭିତରେ ଆସନ୍ତା ୧୬ ଜାନୁୟାରୀରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବ। କିନ୍ତୁ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭ୍ୟାକ୍‌ସିନ ନେବାକୁ ଥିବା ଲାଭାର୍ଥୀମାନଙ୍କ ତାଲିକାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ମୃତ ନର୍ସ, ଅବସରପ୍ରାପ୍ତ ନର୍ସ ଏବଂ ଚୁକ୍ତି ସମାପ୍ତ ଡାକ୍ତରମାନଙ୍କ ନାମ ସାମିଲ ରହିଛି।

ସୂଚନାଥାଉ କି, ୧୬ ଜାନୁୟାରୀରୁ ରାଜ୍ୟର ୮୫୨ ସେଣ୍ଟରରେ କୋଭିଡ୍‌-୧୯ର ଟିକା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ। ଏହି ମାମଲା ସମ୍ପର୍କରେ ଅବଗତ ହେବା ପରେ ୟୁପିର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜୟ ପ୍ରତାପ ସିଂ ଏ ଦିଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

VACCINE2

ମନ୍ତ୍ରୀ କହିଥିଲେ କି, ରାଜ୍ୟରେ ଡାକ୍ତରମାନଙ୍କର ଘୋର ଅଭାବ ରହିଛି। ଏହି ସଂଖ୍ୟା ୮ରୁ ୧୦ ହଜାର ମଧ୍ୟରେ ଅଛି, ଯଦ୍ଦ୍ଵାରା ୟୁପିରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ୧ ହଜାର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ବିଶେଷଜ୍ଞ ଡାକ୍ତରମାନଙ୍କର ନିୟୋଜନ ସିଧାସଳଖ ହୋଇ ନ ଥାଏ। ଯେଉଁ ଡାକ୍ତର ପୂର୍ବରୁ ନିୟୋଜିତ ରହିଥାଆନ୍ତି, ସେମାନେ ରିଲିଭ ନେଇ ପିଜି ଟ୍ରେନିଂ କରି ବିଶେଷଜ୍ଞ ହୋଇଥାଆନ୍ତି। କିନ୍ତୁ ସରକାରଙ୍କ ତରଫରୁ ବନାଯାଇଥିବା ନୂଆ ନୀତି ଅନୁସାରେ, ବିଶେଷଜ୍ଞ ଡାକ୍ତରମାନଙ୍କର ଅଭାବ ପୂରଣ କରିବା ପାଇଁ ସିଧା ଲୋକସେବା ଆୟୋଗରୁ ଭର୍ତ୍ତି କରାଯିବାର ପ୍ରକ୍ରିୟା ଆରମ୍ଭ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.