ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ । କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିବ ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଏବଂ ସୁନ୍ଦରଗଡ଼ରେ ଟିକାକରଣ ହେବନି ।

ଆଜି ପାଇଁ କେବଳ ୧୯ ହଜାର ୫୨୦ ଡୋଜ୍‌ କୋଭିସିଲ୍ଡ ଟିକା ମହଜୁଦ୍‌ ରହିଛି । ଆଜି ୧୧୪ଟି କେନ୍ଦ୍ରରେ ଟିକାକରଣ କରାଯିବ । ଟିକା ଅଭାବ କାରଣରୁ ଗତକାଲି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା ।

Leave A Reply

Your email address will not be published.