ଆଜିଠାରୁ ସ୍ୱାଭାବିକ ହେବ ଟିକାକରଣ, ଦୁଇଟି ପର୍ଯ୍ୟାୟରେ ଆସିଛି ୭ ଲକ୍ଷ ୮୦ ହଜାର ଡୋଜ୍‌ କୋଭିସିଲ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାର ପାର୍‌ । ଏବେ ହଟସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏବେ ରାଜ୍ୟରେ ଚିନ୍ତା ବଢ଼ାଉଛି ୦-୧୮ ବର୍ଷ ବୟସ ବର୍ଗଙ୍କ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା । କୋଭାକ୍ସିନ୍‌ ଓ କୋର୍ବିଭାକ୍ସ ଟିକା ଯଥେଷ୍ଟ ଥିବାବେଳେ କୋଭିସିଲ୍ଡ ଟିକାର ରହିଛି ଘୋର ଅଭାବ ।

ଟିକାର ଅଭାବ କାରଣରୁ ଦିନକ ପାଇଁ ପ୍ରଭାବିତ ହୋଇଛି ଟିକାକରଣ । ବନ୍ଦ ରଖିବାକୁ ପଡ଼ିଥିଲା ୧୫ ଶହ ଟିକାକେନ୍ଦ୍ର । ଗତ ରାତିରେ ଦୁଇଟି ପର୍ଯ୍ୟାୟରେ ଆସିଥିବା ୭ ଲକ୍ଷ ୮୦ ହଜାର ଡୋଜ୍‌ କୋଭିସିଲ୍ଡ ଟିକାକୁ କୋଲ୍‌ଡ ଚେନ୍‌ ଜରିଆରେ ସବୁ ଜିଲ୍ଲାକୁ ପଠାଯାଉଛି । ତେବେ ଆଜିଠାରୁ ଟିକାକରଣ ସ୍ୱାଭାବିକ ହେବା ନେଇ ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.