ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ବଦଳିଲା ଟିକାକରଣ ସମୟ, ଜାଣନ୍ତୁ ଠିକ୍ ସମୟ

ଭୁବନେଶ୍ବର: ବଦଳିଲା ଟିକାକରଣ ସମୟ । ଏବେଠୁ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ଟିକାକରଣ ସମୟ ପରିବର୍ତ୍ତନ ହୋଇଛି । ସରକାରୀ ଛୁଟି ଦିନଗୁଡିକରେ ମଧ୍ୟ ଟିକା ଦିଆଯିବ । ସଟଡାଉନ ସମୟରେ ଟିକାକରଣ କେନ୍ଦ୍ର ଗୁଡିକ ସାନିଟାଇଜ ହେବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲପାଳଙ୍କ ଚିଠି ଲେଖିଛନ୍ତି । ଏବେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯାଉଥିବା ବେଳେ ଆସନ୍ତା ୧ତାରିଖରୁ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ।

ଏବେ ଘରୋଇ ହସପିଟାଲ ଟିକାକରଣ ପାଇଁ ୨୫୦ଟଙ୍କା ନେଉଛି । ତେବେ କେନ୍ଦ୍ର ରାଜ୍ୟ ସରକାରଙ୍କ ପାଇଁ ୫୦ ପ୍ରତିଶତ ଟିକା ସଂରକ୍ଷିତ ରଖିଥିବା ବେଳେ ଘରୋଇ କମ୍ପାନୀ ମାନେ ସିଧାସଳଖ କମ୍ପାନୀ ଗୁଡିକ ଠାରୁ ଟିକା କିଣି ପାରିବେ । ଏହାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୁଦ୍ଧା ସବୁ ଘରୋଇ ହସପିଟାଲକୁ ଟିକାଦାନ ବନ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଠିକ୍‌ ସମୟରେ ୨ୟ ଡୋଜ୍‌ ଟିକାକରଣ କରିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୪ଲକ୍ଷ ୪୧ ହଜାର ୪୭୮ଜଣ ଟିକା ନେଇ ସାରିଛନ୍ତି । ଆଜି ଆଉ ୬୯୬ଟି କେନ୍ଦ୍ରରେ ଟିକାକରଣ ହେବ ।

Leave A Reply

Your email address will not be published.