ସାରା ରାଜ୍ୟର ୧୬୧ କେନ୍ଦ୍ରକୁ ପଠାଯାଉଛି କୋଭିଡ ଭ୍ୟାକସିନ୍, ଭୁବନେଶ୍ୱର ଏମସ୍‌ ସହ ୬ଟି ସେଣ୍ଟରରେ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ମୋଟ ୬ଟି ହସପିଟାଲରେ ହେବ ଟିକାକରଣ । କ୍ୟାପିଟାଲ ହସପିଟାଲ, ୟୁନିଟ ଫୋର ସରକାରୀ ହସପିଟାଲ, ବିଏମସି ହସପିଟାଲ, କିମସ୍‌ ହସପିଟାଲ ଓ ଏମସ୍‌ରେ ଟିକାକରଣ କରାଯିବ । ପ୍ରତି ଭ୍ୟାକସିନ ସେଣ୍ଟରରେ ୧୦୦ ଜଣଙ୍କୁ ଟିକା ଦିଆଯିବ । ମୋଟ୍‌ ୬୦୦ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ। ଭୁବନେଶ୍ୱରରେ ୯ ହଜାର ଲୋକଙ୍କୁ ଦିଆଯିବ ଟିକା ।

ସେହିପରି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଭିନ୍ନ ଟିକାକରଣ କେନ୍ଦ୍ର ଅଭିମୁଖେ ବାହାରିଛି ଭ୍ୟାକସିନ୍‌ ଗାଡି। ନିଆଳି, ଆଠଗଡ଼, ଟାଙ୍ଗୀ, ସାଲେପୁର ଆଦି କଟକ ଗ୍ରାମାଞ୍ଚଳର ୬ଟି କେନ୍ଦ୍ରକୁ ଯାଇଛି ଭ୍ୟାକସିନ୍‌ ଗାଡି। ୫ଟି ସ୍ଥାନରେ ଟିକାକରଣ କେନ୍ଦ୍ର କରାଯାଇଛି। ଗତ ୧୨ ତାରିଖରେ କଟକରେ ପହଞ୍ଚିଥିଲା ପ୍ରଥମ କୋଭିଡ୍‌ ଟିକା। କଟକ ଜିିଲ୍ଲାରେ ମୋଟ ୧୧ଟି କେନ୍ଦ୍ରରେ ହେବ ଟିକାକରଣ

 

Leave A Reply

Your email address will not be published.