ଡେଲଟା ସଂକ୍ରମଣକୁ ରୋକିପାରୁନି ଟିକା, ସଚେତନ ରହିବାକୁ ଅପିଲ୍ କଲା WHO

ଡେଲଟା ସଂକ୍ରମଣକୁ ରୋକିପାରୁନି ଟିକା। ଡେଲଟା ସଂକ୍ରମଣକୁ ଟିକା କେବଳ ୪୦ ପ୍ରତିଶତ ରୋକିପାରୁଛି। ଏହି ଭାରିଆଣ୍ଟ ଆସିବା ପୂର୍ବରୁ ଭ୍ୟାକ୍ସିନ ସଂକ୍ରମଣକୁ ୬୦ ପ୍ରତିଶତ କମାଇଦେଇଥିଲା। ମାତ୍ର ଡେଲଟା ଭାରିଆଣ୍‌ଣ୍ଟ ଆସିବା ପରେ ୪୦ ପ୍ରତିଶତକୁ ଖସିଆସିଛି। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, DG ଟେଡ୍ରୋସ ଅଧନୋମ ଗେବ୍ରିସିୟସ।

ଭ୍ୟାକ୍ସିନ ଜୀବନ ରକ୍ଷା କରୁଛି, ସଂକ୍ରମଣ ନୁହେଁ। ଲୋକମାନେ ଭ୍ୟାକ୍ସିନ ନେବା ପରେ ଭାବୁଛନ୍ତି ସେମାନେ ସୁରକ୍ଷିତ। ସେମାନଙ୍କୁ ଆଉ ସଚେତନ ହୋଇ ରହିବାକୁ ପଡିବନି। ଭ୍ୟାକ୍ସିନ ମହାମାରୀକୁ ରୋକିଦେବ । ଏହା ଆମ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ଲୋକମାନଙ୍କୁ ଏବେ ବି ସଚେତନ ରହିବାକୁ ପଡିବ। ମାସ୍କକ୍ସ ପିନ୍ଧିବା, ସାମାଜିକ ଦୂରତା ମାନିବା, ଗହଳିକୁ ନ ଯିବା, ହାତ ଧୋଇବାକୁ ଅପିଲ କରିଛନ୍ତି WHO, DG।

Leave A Reply

Your email address will not be published.