ଅଟୋମୋବାଇଲ ଶିଳ୍ପ ଉପରେ କରୋନା ଭାଇରସର ପ୍ରଭାବ: ମାରୁତି,ମହିନ୍ଦ୍ରା,ହିରୋ ସହ ବିଭିନ୍ନ କାରଖାନାରେ ଝୁଲିଲା ତାଲା

ମୁମ୍ବାଇ:  ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଉପରେ କରୋନା ଭାଇରସର ପ୍ରଭାବ। ଯେଉଁଥିରୁ ବାଦ୍ ପଡ଼ିନାହିଁ ଅଟୋମୋବାଇଲ ଶିଳ୍ପ ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଫିଆଟ୍‌ ଭଳି କାର୍‌ କଂପାନି ଓ ହିରୋ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ପକ୍ଷରୁ କାରଖାନା ବନ୍ଦ କରାଯାଇଥିବା ଜଣାପଡିଛି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାରୁତି ପକ୍ଷରୁ ଗୁରୁଗାଓଁ ଓ ମାନେସର କାରଖାନାକୁ ବନ୍ଦ କରାଯାଇଛି।

carସେହିପରି ଦେଶର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ସମସ୍ତ କାରଖାନାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନିର କେବଳ ରାଜସ୍ଥାନରେ ଥିବା ସେଣ୍ଟର ଅଫ୍‌ ଇନୋଭେସନ୍ ଆଣ୍ଡ୍‌ ଟେ‌କ୍ନୋଲୋଜି ଖୋଲା ରହିବ। ଏହି କେନ୍ଦ୍ରକୁ ଚାଲୁ ରଖିବା ଲାଗି ଯେତିକି କର୍ମଚାରୀ ଦରକାର ସେମାନଙ୍କୁ ନେଇ କାମ ଚାଲିବ।

MARUTI ସେହିପରି, ଆନନ୍ଦ ମହିନ୍ଦ୍ରାଙ୍କ କଂପାନି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ନାଗପୁର କାରଖାନାରେ ଉତ୍ପାଦନକୁ ବନ୍ଦ କରିଥିବା ବେଳେ ଆସନ୍ତା ସୋମବାର ଠାରୁ କାଣ୍ଡିଭାଲି ଓ ଚକନରେ ଉତ୍ପାଦନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନି ତରଫରୁ କୁହାଯାଇଛି ଯେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ‌ କଂପାନିର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି। ଅନ୍ୟତମ କାର୍‌ ନିର୍ମାତା ଫିଆଟ୍‌ କ୍ରିସଲର ଅଟୋମୋବାଇଲସ୍‌ ତରଫରୁ ଏହାର ମହାରାଷ୍ଟ୍ରର ରଞ୍ଜନଗାଓଁ ଠାରେ ଥିବା କାରଖାନାରେ ସମସ୍ତ କାର୍ଯ୍ୟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.