ଜରୁରୀ କାମ ନଥିଲେ ଭୁବନେଶ୍ୱର-କଟକ ଭିତରକୁ ଗାଡ଼ି ପ୍ରବେଶ ମନା, ଅମାନ୍ଯ କଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାରା ଦେଶରେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମାମଲା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ଡାକ୍ତରମାନେ ବେଶ୍‌ ଦାୟିତ୍ୱର ସହ ରୋଗୀ ସେବା କରୁଛନ୍ତି। ବାହାରେ ପୋଲିସ୍ ଭାଇ ମାନେ ଅହରହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିରରେ ପୁଣି କରୋନା ସଂକ୍ରମଣ ରୋକିବାକୁ ରାଜ୍ଯ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ଯରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ଆଜିଠାରୁ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସମେତ ରାଉରକେଲା ମହାନଗର ନିଗମରେ ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ କରାଛନ୍ତି ସରକାର । ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କଟକଣା ଜାରି ରହିବ।

covidଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହୋଇଥିବା ଏହି ୧୪ ଦିନିଆ ଲକ୍‌ଡାଉନ୍‌ ସମୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ଓ କଟକ ଭିତରକୁ ଜରୁରୀ କାରଣ ନ ଥିଲେ କୌଣସି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଖାଲି କଟକ-ଭୁବନେଶ୍ୱର ନୁହେଁ ଏହି ଲକ୍‌ଡାଉନ୍‌ ସମୟରେ ବିନା କାରଣରେ ଲୋକମାନେ ମଧ୍ଯ ଯିବାଆସିବା କରିପାରିବେ ନାହିଁ। ଯେଉଁମାନେ ଏହି କଟକଣାକୁ ଅମାନ୍ଯ କରିବେ, ଆଇନ୍‌ ଅନୁଯାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣାକୁ ବାଦ୍ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ଗ୍ରସରୀ ଦୋକା ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ। ବିମାନ ଓ ରେଳ ଯାତ୍ରା ଜାରି ରହିବ । ମାଲ ପରିବହନରେ କୌଣସି ପ୍ରତିବନ୍ଧକ ନାହିଁ ।

 

Leave A Reply

Your email address will not be published.