ଭାରତୀୟ କରୋନା ମହାମାରୀ ବିରୋଧୀ ଲଢେଇରେ ଆସିଲା ଦୁଃଖଦ ଖବର, ଅକ୍ସଫୋର୍ଡ ଦ୍ୱାରା ବିକଶିତ ଆଷ୍ଟ୍ରାଜେନିକା ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ଭାରତୀୟ କରୋନା ମହାମାରୀ ବିରୋଧୀ ଲଢେଇରେ ଆସିଲା ଏକ ବଡ ଦୁଃଖଦ ଖବର । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଆଷ୍ଟ୍ରାଜେନିକା ଟିକା ନେଇଥିବା, ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ନିରୀକ୍ଷଣ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ମହାମାରୀ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ବ୍ରାଜିଲର ରିଓ ଡି ଜେନେରିଓରେ ଆଷ୍ଟ୍ରାଜେନିକା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହି ସ୍ୱେଚ୍ଛାସେବୀ ଜଣଙ୍କର ଗତ ସୋମବାର ମୃତ୍ୟୁ ହୋଇଥିବା ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ତେବେ ସ୍ୱେଚ୍ଛାସେବୀ ଜଣକ ଆଷ୍ଟ୍ରାଜେନିକାର ପରୀକ୍ଷାମୁଳକ ଟିକା ନେଇନଥିଲେ ବରଂ କରୋନା ସଂକ୍ରମଣରେ ତାଙ୍କର ଜୀବନ ଯାଇଥିବା ନେଇ ବ୍ରାଜିଲର ଏକ ଖବରକାଗଜ ଓ ଗ୍ଲୋବୋରେ ଖବର ପ୍ରକାଶ ପାଇଛି।

deathମିଳିଥିବା ସୂଚନା ଅନୁଯାାୟୀ, ୨୮ ବର୍ଷିୟ ସ୍ୱେଚ୍ଛାସେବୀ ଜଣଙ୍କ ଜଣେ ଡାକ୍ତର ଓ ସେ ରିଓ ଡି ଜେନେରିଓରେ କରୋନା ରୋଗୀମାନଙ୍କ ଚିକିତ୍ସାରେ ନିୟୋଜିତ ଥିଲେ। ତେବେ ଆଷ୍ଟ୍ରାଜେନିକା ଭାକ୍ସିନର ଅନ୍ତର୍ଜାତୀୟ ସୁରକ୍ଷା କମିଟି କ୍ଲିନିକାଲ ଟ୍ରାଏଲ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ନିରୀକ୍ଷଣ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.