ଓମିକ୍ରନ୍ ସମୟରେ କୋଭିଡ୍-୧୯ ପାଇଁ WHO ଦେଲା ଦୁଇଟି ନୂଆ ଔଷଧ, ଜାଣନ୍ତୁ କେତେ ପ୍ରଭାବଶାଳୀ

ବର୍ତ୍ତମାନ କୋଭିଡ୍ ଭାରିଏଣ୍ଟ ଓମିକ୍ରନ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଏମିତିକି ଏବେ ସବୁ ସ୍ଥାନରେ ଓମିକ୍ରନରେ ଅନେକ ସଂକ୍ରମଣ ହେବା ଦେଖିବାକୁ ମିଳୁଛି । ଯାହା ପାଇଁ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆଉ ଯଦି ଟିକା କାରଣ କଥା କୁହାଯାଏ ତେବେ ଏହା ମଧ୍ୟ ଜୋରସୋରରେ ଚାଲିଛି । କିନ୍ତୁ ଏହି ବଢୁଥିବା କରୋନାକୁ କମ୍ କରିବା ପାଇଁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଆଉ ଦୁଇଟି ନୂଆ ମେଡିସିନ ବ୍ୟବହାର କରିବା ପାଇଁ ଉପଦେଶ ଦେଇଛି ।

medicine
Picture Credit – Reuters

ଏହି ଦୁଇଟି ମେଡିସିନର ନାମ ହେଉଛି ବାରିସିଟିନିବ ଓ କ୍ୟାସିରିଭିମ୍ୟାବ୍-ଇମଦିବିମେବ୍। ତେବେ ବାରିଶିଟିନିବ ମେଡିସିନକୁ ଜରୁରୀକାଳିନ ପରିସ୍ଥିତିରେ କର୍ଟିକୋଷ୍ଟେରଏଡ ସହିତ ମିଶାଇ ବ୍ଯବହାର କରାଯାଇ ପାରିବ । କହିବାକୁ ଗଲେ ଏହି ଔଷଧର ବ୍ୟବହାର ଆର୍ଥରାଇଟିସ ଚିକିତ୍ସା ପାଇଁ କରାଯାଏ ।

ତେବେ ଏହି ଔଷଧ ସେମାନେ ଖାଇବା ଉଚିତ ଯେଉଁମାନେ କରୋନା ପାଜିଟିଭ ହେବା ପରେ ଅଧିକ ଅସୁସ୍ଥ ହୋଇଯାଉଛନ୍ତି । ଏହା ବିଭିନ୍ନ ପ୍ରକାରର ଇନ୍ଫେକସନ୍ ଦୂର କରିଥାଏ। ଏହି ମେଡିସିନକୁ ନେଇ ପ୍ରାୟ ୪,୦୦୦ ରୋଗୀଙ୍କ ଉପରେ ପରୀକ୍ଷା ହୋଇଥିଲା । ଏହା କୋମର୍ବିଡଙ୍କୁ ମଧ୍ଯ ଦିଆଯାଇଥିଲା ।ତେବେ ସେମାନଙ୍କ ମଧ୍ୟରୁ ଅଧିକ ଲୋକ ସୁସ୍ଥ ମଧ୍ୟ ହୋଇଥିଲେ ।ତେବେ ହୁ ର କହିବା ଅନୁସାରେ ଆପଣ ଯେକୌଣସି ଔଷଧ ଖାଆନ୍ତୁ ନା କାହିଁକି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.