ଦୁଇଟି ଭିନ୍ନ ଭିନ୍ନ କମ୍ପାନିର କରୋନା ଟିକାର ଡୋଜ୍‌ ହୋଇପାରେ ମାରାତ୍ମକ, ଏମିତି କହିଲେ WHO ର ମୁଖ୍ୟ ବୈଜ୍ଞାନିକ

ନୂଆଦିଲ୍ଳୀ : କରୋନା ଟିକାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଭ୍ରମ ସୃଷ୍ଟି ହେଉଛି । କେହି କେହି ଗୋଟିଏ ଡୋଜ୍‌ ଟିକା ଗୋଟିଏ କମ୍ପାନୀର ନେଉଥିବା ବେଳେ ଆଉ ଗୋଟିଏ ଡୋଜ ଅନ୍ୟ କମ୍ପାନିର ଟିକାନେଉଥିବା ଦେଖାଯାଉଛି । ଦୁଇଟି ପୃଥକ ଟିକା ବିପଜ୍ଜନକ ହୋଇପାରେ  WHO
ପକ୍ଷରୁ ଚେତାବନୀ ଦିଆଯାଇଛି ।

ଟିକାର ଅଭାବ ନେଇ ଲୋକେ ଏପରି ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସତର୍କବାଣୀ ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ଏହା ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ବାଦିକମାନଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଧାରା।

vaccine.

ଭିନ୍ନ ଭିନ୍ନ କମ୍ପାନିର ଟିକା ଦିଆଯିବା ସଂପର୍କରେ ଯେଉଁ ତଥ୍ୟ ଏବଂ ପ୍ରମାଣ ଆବଶ୍ୟକ ତାହା ବର୍ତ୍ତମାନ ସୁଦ୍ଧା ନାହିଁ। ଲୋକେ ମନକୁ ମନ ଭିନ୍ନ ଡୋଜ୍ ନେବାକୁ ଯଦି ସ୍ଥିର କରିଦେବା ଆରମ୍ଭ କରିବେ ତା’ହେଲେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ। ଦୁଇଟି ଭିନ୍ନ କୋଭିଡ୍ ଟିକାର ମିଶ୍ରଣ ସଂପର୍କରେ ଏବେ ଗବେଷଣା ଚାଲିଛି।

ତେଣୁ କୌଣସି ପଦକ୍ଷେପ ତରବରିଆ ଭାବେ ନନେଇ ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ କୁହାଯାଇଥିଲା ଯେ ଭିନ୍ନ ଭିନ୍‌ ଟିକା ନେବା ଦ୍ୱାରା ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ ଓ ପ୍ରତିରୋଧକ ଶକ୍ତି ଅଧିକ ଦେଖାଯାଇଥାଏ । ଏପରି ଟିକା ନେବା ବିଜ୍ଞାନ ସମ୍ମତ ବୋଲି କୁହାଯାଉଥିଲା ।

ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ସ୍ୱାମୀନାଥନ ଭିନ୍ନ କମ୍ପାନିର ଟିକା ନେବା ବିପଦଜନକ କହିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ବିଶେଷ ତଥ୍ୟ ନଥିବାରୁ ଦୁଇଟି ଭିନ୍ନ କମ୍ପନିର ଟିକା ନନେବାକୁ ସ୍ୱାମୀନାଥନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.