WHO ର ଚେତାବନୀ: ଆଗାମୀ କୋଭିଡ୍ ଭାରିଏଣ୍ଟ ମାରାତ୍ମକ, ଓମିକ୍ରନ୍ ଶେଷ ନୁହେଁ

ଆଜି ଏକ ପ୍ରେସ ମିଟିଂରେ ‘ହୁ’ କହିଛି ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିବାକୁ ଲାଗିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଉ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି । ନିକଟରେ WHO ର ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ଏପିଡେମୋଲୋଜିଷ୍ଟ ତଥା କୋଭିଡ -୧୯ ବିଶେଷଜ୍ଞ ଡ଼ାକ୍ତର ମାରିଆ ୱାନ କେରଖୋଭ କୋଭିଡ୍ ଭାରିଏଣ୍ଟ ଉପରେ ଚିନ୍ତା ଜନକ ମନ୍ତନ୍ୟ ଦେଇଛନ୍ତି। ସେ ପ୍ରେସ ମିଟରେ କହିଛନ୍ତି ଯେ କୋଭିଡ୍ ମହାମାରୀ ଏବେ କମିବା ଅସମ୍ଭବ। ଏହା ତ କେବଳ ଏହି ମହାମାରୀର ଆରମ୍ଭ ।


ଆଗମୀ ଭବିଷ୍ୟତରେ ଏହି ମହାମାରୀର ମାରାତ୍ମକ ଭାଇରସ ସାମ୍ନାକୁ ଆସିବ। ଯାହାକି ଅନେକ ଲୋକଙ୍କ ଜୀବନ ନେବ। ତେଣୁ ସମସ୍ତଙ୍କୁ ଏବେଠାରୁ ସତର୍କତା ଅବଲମ୍ବନ କରିବା ଦରକାର। ବର୍ତ୍ତମାନ ବ୍ୟାପୁଥିବା ଓମିକ୍ରନ ଅପେକ୍ଷା ଆଗାମୀ ଦିନରେ ଆସିବାକୁ ଥିବା ଭାଇରସ ଅଧିକ ଭୟଙ୍କର ହେବ।

ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ପରବର୍ତ୍ତୀ କରୋନା ଭାଇରସ ଟୀକାକରଣକୁ ମଧ୍ୟ ମାତ ଦେଇପାରେ। କାରଣ ଆସିବାକୁ ଥିବା ଭାରିଏଣ୍ଟ ଅତି ଭୟଙ୍କର ହେବା ସହିତ ଏହା ଅଧିକ ମାତ୍ରାରେ ବ୍ୟାପିବାକୁ ଲାଗିବ। ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ କମ୍ କରିପାରେ।

Leave A Reply

Your email address will not be published.